ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠକୁ ନେଇ ଗୁରୁବାରଠୁ ଆରମ୍ଭ ହେବାକୁ ଥିବା ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍‌ ଓ ରାମ ଜନ୍ମଭୂମି ମାମଲାର ଶୁଣାଣି ଜାନୁୟାରୀ 29 ତାରିଖରେ ହେବ . ଗୁରୁବାର ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବାର ଥିଲା. ମାତ୍ର ଏହାକୁ ଘୁଞ୍ଚାଇ ଦିଆଯାଇଛି. ଆଜିର ଏହି ଶୁଣାଣିରେ ଜଷ୍ଟିସ ରଞ୍ଜନ ଗୋଗଇଙ୍କ ସମେତ ଜଷ୍ଟିସ ବୋବଡେ, ଜଷ୍ଟିସ ଏନଭି ରମଣ, ଜଷ୍ଟିସ ୟୁୟୁ ଲଲିତ ଓ ଡିୱାଇ ଚନ୍ଦ୍ରଚୂଦ ମଧ୍ୟ ସାମିଲ ରହିଥାନ୍ତେ. ଜାନୁୟାରୀ 4 ତାରିଖରେ ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ଏହାକୁ 10 ତାରିଖକୁ ଘୁଞ୍ଚାଇ ଦେଇଥିଲେ. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ରାୟ 2010 ମସିହାରେ ଦେଇଥିଲେ ଏବଂ 2.77 ଏକର ଜମିକୁ କୋର୍ଟ ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଲଲ୍ଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିଦେବାକୁ ନିର୍ଦ୍ଦେଶ ଦେଇଥିଲେ. ମାତ୍ର 2011 ମସିହାରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇଥିଲେ. ପରେ ଏହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା. ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି 13 ଟି ପିଟିସନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣୀ କରିବାର ଥିଲା.

LEAVE A REPLY

Please enter your comment!
Please enter your name here