ଲୋକସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ସପ୍ତଦଶ ଲୋକସଭା ପାଇଁ ନିର୍ବାଚନ କମିସନ ରବିବାର ନିର୍ବାଚନ ପ୍ରକ୍ରିୟାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଆଜିଠାରୁ ସମଗ୍ର ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଯାଇଛି। ରାତି ୧୦ରୁ ସକାଳ ୬ ଯାଏଁ ଲାଉଡ଼ ସ୍ପିକର ଉପରେ କଟକଣା ସମ୍ବେଦନଶୀଳ ଜାଗାରେ ପୋଲିସ ମୁତୟନ ହେବେ । ୨୦୧୯ ଲୋକସଭା ନିର୍ବାଚନକୁ ଏକକାଳୀନ ୭ଟି ପର୍ଯ୍ୟାୟରେ କରାଇବା ପାଇଁ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ଚଳିତ ନିର୍ବାଚନ ଅପ୍ରେଲ-ମେ ମାସରେ ୭ଟି ପର୍ୟ୍ୟାୟରେ ହେବ। ୫୪୩ ଲୋକସଭା ସିଟରେ ନିର୍ବାଚନ ହେବ। ଏପ୍ରିଲ ୧୧ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେଉଥିବା ବେଳେ ମେ ୧୯ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ। ମେ ୨୩ରେ ଫଳାଫଳ ଘୋଷଣା ହେବ। ଲୋକସଭା ନିର୍ବାଚନ ସହିତ ଆନ୍ଧ୍ର ପ୍ରଦେଶ, ଜାମ୍ମୁ-କାଶ୍ମୀର, ସିକ୍କିମ, ଓଡ଼ିଶା ଓ ଅରୁଣାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ ।

ଓଡ଼ିଶାରେ୪ ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ୧୧ ଏପ୍ରିଲରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ୧୮ ଏପ୍ରିଲରେ ହେବ ୨ୟ ପର୍ଯ୍ୟାୟ ମତଦାନ । ୨୩ ଏପ୍ରିଲରେ ହେବ ୩ୟ ପର୍ଯ୍ୟାୟ ମତଦାନ । ୨୯ ଏପ୍ରିଲରେ ହେବ ୪ର୍ଥ ପର୍ଯ୍ୟାୟ ମତଦାନ । ମେ ୧୨ରେ ଷଷ୍ଠ ପର୍ଯ୍ୟାୟ ଏବଂ ମେ ୧୯ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୧୮ ମାର୍ଚ୍ଚରେ ହେବ ନାମାଙ୍କନ ଦାଖଲ । ୨୫ ମାର୍ଚ୍ଚରେ ନାମାଙ୍କନ ଦାଖଲର ଶେଷ ତାରିଖ ।୨୩ରେ ନିର୍ବାଚନ ଫଳାଫଳ ଘୋଷିତ ହେବ। ଓଡ଼ିଶା ଭୋଟର ତାଲିକା ମୋଟ ଭୋଟର୍- ୩ କୋଟି ୧୮ ଲକ୍ଷ ପୁରୁଷ ଭୋଟର, ୧ କୋଟି ୬୩ ଲକ୍ଷ ମହିଳା ଭୋଟର, ୧ କୋଟି ୫୪ ଲକ୍ଷ ଯୁବ ଭୋଟର, ୫ ଲକ୍ଷ ୪୫ ହଜାର ଭିନ୍ନ କ୍ଷମ ଭୋଟର, ୧ ଲକ୍ଷ ୬୦ ହଜାର ମୋଟ ୩୭ ହଜାର ୬୦୬ ମତଦାନ କେନ୍ଦ୍ର ସବୁ ପୋଲିଂ ବୁଥରେ VVPATର ବ୍ୟବହାର ହେବ । EVMରେ ପ୍ରାର୍ଥୀମାନଙ୍କ ଫଟୋ ରହିବ ଚଳିତଥର NOTAର ବ୍ୟବହାର ହେବ । PAN କାର୍ଡ଼ ନଥିଲେ ନିର୍ବାଚନ ଲଢ଼ି ପାରିବେନି ପ୍ରାର୍ଥୀ । ଦିଲ୍ଲୀ ବିଜ୍ଞାନ ଭବନରେ ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋଡ଼ା

 

LEAVE A REPLY

Please enter your comment!
Please enter your name here