ଆପଣ ହାତରେ ଯେଉଁ ମୋବାଇଲ ଫୋନ୍ ଧରିଛନ୍ତି । ତାର ପାୱାର କେତେ ଆପଣ କେବେ ଭାବିଛନ୍ତି । ତାହେଲେ ଶୁଣନ୍ତୁ । ଜଣେ ବୃଦ୍ଧ ବ୍ୟକ୍ତି ଯିଏକି ତାଙ୍କ ସ୍ତ୍ରୀଙ୍କ ସହିତ ଗୋଟେ ଛୋଟ ଢାବା କରିଛନ୍ତି । ଯାହାର ନାଁ ଥିଲା ବାବା କା ଢାବା । ଦିଲ୍ଲୀରେ ମାଲବୀୟ ନଗରରେ ଏହି ହୋଟେଲଟି ଅବସ୍ଥିତ । ଗତ ୩୦ ବର୍ଷ ହେବ ବୃଦ୍ଧ ଦମ୍ପତ୍ତି ଏହି ଢାବା ଚଲେଇଆସୁଛନ୍ତି । ବୃଦ୍ଧଙ୍କ ବୟସ ପାଖାପାଖି ୮୦ ବର୍ଷ ହେବ । ଏହି ଢାବାରେ ରୁଟି ଏବଂ ମଟର ପନିର ସହ ଅନେକ ଖାଦ୍ୟ ମିଳିଥାଏ । କିନ୍ତୁ କରୋନା ସମୟରେ ତାଙ୍କର ବିଜିନେଓ ବନ୍ଦ ହୋଇ ରହିଯାଇଥିଲା । ଏବେ ଦୋକାନ ଖୋଲିଛନ୍ତି ସତ କିନ୍ତୁ ଲୋକ ଆସୁନାହାଁନ୍ତି । କିଛଦିନ ତଳେ ଜଣେ ବ୍ୟକ୍ତି ଆସି ମଉସାଙ୍କୁ ପଚାରିଥଲେ । ମଉସା ଏହି ହୋଟେଲରେ କଣ ଖାଇବା ମିଳେ, କରୋନା ସମୟରେ ବିଜିନେସ କେମିତି ଚାଲିଛି ବୋଲି ପ୍ରଶ୍ନ କରିଥିଲେ । ମଉସାଙ୍କ ଆଖି ଛଳ ଛଳ ହୋଇଯାଇଥିଲା । ଏବଂ ସେ କାନ୍ଦି ପକାଇଥିଲେ । ଟଙ୍କା ବାକ୍ସ ଦେଖାଇ କହିଥିଲେ ପୁଅ ଆଜି ଦିନରେ ୫୦ ଟଙ୍କା ଇନକମ ହୋଇଛି । ମଉସାଙ୍କ କାନ୍ଦ ଦେଖି ବ୍ୟକ୍ତି ଜଣଙ୍କ ନିଜ ଫୋନ୍ ଉଠାଇ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ସେଆର କରିଥିଲେ । ଆଉ ଏ ଦୃଶ୍ୟ ହେଉଛି ଭିଡିଓ ଭାଇରାଲ ହେବା ପରେ..

ବଡ ବଡ କ୍ରୀକେଟରଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ । ମଉସାଙ୍କ ହାତ ରନ୍ଧା ରୋଷେଇ ଖାଇବା ପାଇଁ ଦୋକାନ ଆଗରେ ଲାଗୁଛି ଖଚାଖଚ ଭିଡ ।
ସୁଚନାଅନୁସାରେ, ଏହି ବୃଦ୍ଧ ଦମ୍ପତ୍ତିଙ୍କ ଏମାନଙ୍କୁ ପର କରିଦେଇଛନ୍ତି । ଏହି ଛୋଟ ହୋଟେଲରୁ ଯାହା ପଇସା ଇନକମ୍ କରନ୍ତି ସେଥିରେ ବୁଢା ବୁଢି ଚଳନ୍ତି ।

LEAVE A REPLY

Please enter your comment!
Please enter your name here