ଦେଶ ଓ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସଭିଏଁ କାମ କରିବା ଆବଶ୍ୟକ । ଏନେଇ ନୂଆବର୍ଷଠାରୁ ସଂକଳ୍ପ ନେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲ୍ ଇଣ୍ଡିଆ ରେଡ଼ିଓର ୫୧ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି । ଚଳିତ ବର୍ଷର ଏହା ମୋଦୀଙ୍କର ଶେଷ ମନ କି ବାତ । ଏହି କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି କି, ମନ କି ବାତ ଦେଶର ୧୩୦ କୋଟି ଭାରତୀୟଙ୍କ ମନର ସ୍ୱର । ଦେଶରେ ଖେଳାଳିଙ୍କ କୃତୀତ୍ୱ ବେଶ୍ ଉତ୍ସାହ ଜନକ ରହିଛି । ଖେଳାଳି ଦେଶର ୧୩୦ କୋଟି ଜନତାଙ୍କ ସ୍ୱପ୍ନକୁ ସାକାର କରି ପାରିଛନ୍ତି।
ମୋଦୀ କହିଛନ୍ତି କି, ଆମେ କିଛି ଏଭଳି କରିବା ଉଚିତ୍ ଯେଉଁଥିରେ ନିଜ ଜୀବନରେ ପରିବର୍ତନ ଆସି ପାରିବ । ଏହା ଦ୍ୱାରା ସମାଜକୁ ଆଗକୁ ବଢିବାରେ ନିଜର ଯୋଗଦାନ ଦେଇ ପାରିବ । ଏହା ସହ ସେ କହିଛନ୍ତି କି, ୨୦୧୮ରେ ଭାରତ ଏକ ଦେଶ ରୂପରେ ନିଜର ୧୩୦ କୋଟି ଜନତାଙ୍କ ସାମର୍ଥ୍ୟକୁ କିଭଳି ମନେ ରଖିବ ତାହା ମହତ୍ୱପୂର୍ଣ୍ଣ । ଆୟୁଷ୍ମାନ ଭାରତ ଯୋଜନା ବିଷୟରେ କହିବାକୁ ଯାଇ ସେ କହିଛନ୍ତି କି, ୨୦୧୮ରେ ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟ ବୀମା ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଥିଲା । ଦେଶର ପ୍ରତି ଗ୍ରାମରେ ବିଜୁଳି ପହଁଞ୍ଚିଛି ।
ସ୍ୱଚ୍ଛତାକୁ ନେଇ ମୋଦୀ କହିଛନ୍ତି କି, ଦେଶବାସୀ ସଂକଳ୍ପର ସହ ସ୍ୱଚ୍ଛତା କଭରେଜକୁ ବଢାଇ ୯୫ପ୍ରତିଶତ ପାର କରିବା ଦିଗରେ ଆଗକୁ ବଢୁଛନ୍ତି । ସ୍ୱାଧୀନତା ପରେ ୨୦୧୮ରେ ଲାଲ କିଲାରୁ ପ୍ରଥମ ଥର ପାଇଁ ଆଜାଦ ହିନ୍ଦ ସରକାରର ୭୫ତମ ବର୍ଷପୂର୍ତିରେ ତ୍ରିରଙ୍ଗା ଉଡାଯାଇଛି । ଦେଶର ସେଲ୍ଫ ଡିଫେନ୍ସ ମଜବୁତ ହୋଇଛନ୍ତି । ବାରଣାସୀରେ ଭାରତର ପ୍ରଥମ ଜଳମାର୍ଗର ଆରମ୍ଭ କରାଯାଇଛି । ୱାଟରୱେଜ କ୍ଷେତ୍ରରେ ନୂତନ କ୍ରାନ୍ତି ସୃଷ୍ଟି ହୋଇଛି । ଦେଶର ଏକତା ସୂତ୍ର ପାଇଁ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ସମ୍ମାନରେ ବିଶ୍ୱର ସର୍ବୋଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ ୟୁନିଟ୍ ନିର୍ମାଣ କରାଯାଇଛି । ଭାରତରେ ଅନ୍ତରାଷ୍ଟ୍ରୀୟ ସୌର ମହାମେଣ୍ଟର ପ୍ରଥମ ମହାସଭା ଅନ୍ତରାଷ୍ଟ୍ରୀୟ ସୌର ମହାମେଣ୍ଟର ଆୟୋଜନ କରାଯାଇଛି । ଆମର ସାମୂହିକ ପ୍ରୟାସରେ ଦେଶର ଇଜ ଅଫ ବିଜନେସ୍ ଡୁଇଙ୍ଗ୍ ବିଜନେସ୍ ର୍ୟାଙ୍କିଙ୍ଗରେ ଅଦଭୁତପୂର୍ଣ୍ଣ ସୁଧାର ହୋଇଛି । ନୂଆବର୍ଷରେ ଦେଶ ସଫଳତାର ଶୀର୍ଷକୁ ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।