ରାଜ୍ୟର 106ଟି ପୌରପାଳିକା, ଏନଏସି ଓ 3ଟି ମହାନଗର ନିଗମ ପାଇଁ ମତଦାନ ପ୍ରକ୍ରିୟା ଚାଲିଛି । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୧% ମତଦାନ ରେକର୍ଡ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମତଦାନ ପାଇଁ ସମସ୍ତ ବୁଥ୍ ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ, ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ଓ କଂଗ୍ରେସ ମେୟର ପ୍ରାର୍ଥୀ ମତଦାନ କରିବା ସହ ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି । ସେହିପରି କର୍ପୋରେଟର ପ୍ରାର୍ଥୀମାନେ ମଧ୍ୟ ନିଜ ଓ୍ବାର୍ଡରେ ବୁଥ୍ ପରିଦର୍ଶନ କରିଛନ୍ତି ।
କଟକର 53 ନମ୍ବର ଓ୍ବାର୍ଡରେ ବୁଥ୍ ବାହାରେ ଟଙ୍କା ବାଣ୍ଟୁଥିବା ବେଳେ ଦଣେ ଯୁବକଙ୍କୁ ଲୋକେ ଧରି ପିଟିଛନ୍ତି । ବୁଥ୍ ବାହାରେ ବିଭିନ୍ନ ଦଳର ସମର୍ଥକମାନେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here