ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ପରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଜଣେ ବ୍ୟକ୍ତି ଛତିଶଗଡ଼ର ଜଣେ ଯୁବତୀଙ୍କୁ ଏକ ଫାଇନାନ୍ସ କମ୍ପାନୀରେ ଚାକିରି ଦେବା ବାହାନାରେ ଭୁବନେଶ୍ୱରର ଏକ ହୋଟେଲକୁ ଡାକିଥିଲେ । ଯୂବତୀ ଜଣକ ଆସିବା ପରେ ତାଙ୍କ ଲକ୍ଷ୍ମୀସାଗରରେ ଥିବା ଏକ ହୋଟେଲରେ ଇଣ୍ଟରଭ୍ୟୁ ପାଇଁ ଡାକି ବ୍ୟକ୍ତି ଜଣକ ଦୁଷ୍କର୍ମ କରିଥିଲେ । ଏନେଇ ପୀଡ଼ିତା ଜଣକ ଲକ୍ଷ୍ମୀ ସାଗର ଥାନାରେ ଫାଇନାନ୍ସ କମ୍ପାନୀ ସତ୍ୟ ମାଇକ୍ରୋଟେକ ଲିମିଟେଡ଼ର ବରିଷ୍ଠ ଅଧିକାରୀଙ୍କ ନାଁରେ ଏତଲା ଦେଇଛନ୍ତି । ପୀଡ଼ିତାଙ୍କ ଏତଲାକୁ ଆଧାର କରି ଲକ୍ଷ୍ମୀ ସାଗର ପୋଲିସ ତଦନ୍ତ ଆରମ୍ଭ କରିବା ସହ ଫାଇନାନ୍ସ କମ୍ପାନୀ ସତ୍ୟ ମାଇକ୍ରୋଟେକ ଲିମିଟେଡ଼ର ମାଲିକ ଅଭିଯୁକ୍ତ ଜୟ କୁମାରଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here