ତିନିଦିନ ହେଲାଣି 80 ଫୁଟ ଗଭୀର ବୋରଓ୍ବେଲ ଭିତରେ 10 ବର୍ଷର ରାହୁଲ । ରାହୁଲକୁ ଉଦ୍ଧାର ପାଇଁ ସମସ୍ତ ଉଦ୍ୟମ ଚାଲିଥିଲେ ମଧ୍ୟ 50 ଘଣ୍ଟା ପରେ ବି ରାହୁଲ ପାଖରେ ପହଞ୍ଚିବା ସମ୍ଭବ ହୋଇନି । ସୋମବାର ସକାଳ 5 ଟାରେ ରାହୁଲ କେବଳ ଦୁଇଟି କଦଳୀ ଖାଇଥିବା କୁହାଯାଉଥିଲେ ହେଁ ପରବର୍ତ୍ତୀ ଦଶଘଣ୍ଟା ଧରି ସେ କିଛି ଖାଇ ନ ଥିବା ସୂଚନା ମିଳିଛି । କ୍ୟାମେରାରେ ମିଳିଥିବା ଦୃଶ୍ୟରୁ ରାହୁଲ ବୋରଓ୍ବେଲ ଭିତରେ ପାଣି ଭିତରେ ବୁଡି ରହିଥିବା ଏବଂ ମୁଣ୍ଡ ହଲାଉଥିବା ଦେଖାଯାଉଛି । ଗୋଟିଏ ପଟେ ରାହୁଲର ସ୍ବାସ୍ଥ୍ୟବସ୍ଥା ଠିକ୍ ରଖିବା ପାଇଁ ବୋରଓ୍ବେଲ ଭିତରକୁ ଅକ୍ସିଜେନ ଦିଆଯାଉଛି । ଛତିଶଗଡରେ ରାହୁଲକୁ ଉଦ୍ଧାର ପାଇଁ ବୋରଓ୍ବେଲ ଠାରୁ 15 ଫୁଟ ଦୂରରେ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଚାଲିଛି । ତେବେ ମାଟିତଳୁ କେବଳ ପଥର ବାହାରୁଥିବାରୁ ରାହୁଲ ପର୍ଯ୍ୟନ୍ତ ଟନେଲ ଖୋଳିବା ସମ୍ଭବ ହୋଇପାରିନି । ଚାରିଦିନ ହେଲାଣି ରାହୁଲ ବୋରଓ୍ବେଲ ଭିତରେ ଫସି ରହିଥିବାରୁ ତାର ସ୍ବାସ୍ଥ୍ୟବସ୍ଥା ନେଇ ଉଦ୍ଧାରକାରୀ ଦଳ ପାଇଁ ଚିନ୍ତା ବଢାଇ ଦେଇଛି ।

LEAVE A REPLY

Please enter your comment!
Please enter your name here