ଚାଷୀ ସମଗ୍ର ଦେଶକୁ ଖାଦ୍ୟ ଯୋଗାଉଛି । ଚାଷୀମାନଙ୍କ ଉତ୍ପାଦିତ ଚାଉଳରେ ଶ୍ରୀଜଗନ୍ନଥଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଛି । ଚାଷୀମାନଙ୍କ ମହତ କାର୍ଯ୍ୟକୁ ସ୍ୱୀକୃତି ଦେଇ ଯୋଜନାର ନାମ ‘କାଳିଆ’ ରଖାଯାଇଛି । ଆଗାମୀ ଦିନରେ ଏହି କାଳିଆ ଯୋଜନା ସମଗ୍ର ଦେଶର ଚାଷୀମାନଙ୍କ ଉନ୍ନତି ପାଇଁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଶୁକ୍ରବାର ପୁରୀ ଜିଲ୍ଲା ମାଳତିପାଟପୁର ନିକଟରେ ଆରମ୍ଭ ହୋଇଛି କାଳିଆ ଯୋଜନାର ଶୁଭାରମ୍ଭ । ଏହି ଅବସରରେ ଆୟୋଜନ କରାଯାଇଥିଲା ବିଶାଳ ଚାଷୀ ସମାବେଶ । ସରକାରଙ୍କ କାଳିଆ କାର୍ଯ୍ୟକ୍ରମ ଜରିଆରେ ଆଜି ଠାରୁ ଚାଷୀଙ୍କ ଖାତାକୁ ଟଙ୍କା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀ ଏହି ଯୋଜନାରେ ଟଙ୍କା ପାଇଛନ୍ତି । ଏହି କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଆଜି ଠାରୁ ରାଜ୍ୟର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଗୁଡ଼ିକରେ ଏହି ଯୋଜନାରେ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇବ। ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନାରେ ୧୦ ଜଣ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ କରି କାଳିଆ ଯୋଜନାର ବିଧିବଦ୍ଧ ଶୁଭାରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here