ଦେଶରେ ଏବେ ମୁଖ୍ୟ ସମସ୍ୟା ପାଲିଟିଛି ଚାଷୀ ପ୍ରସଙ୍ଗ । ଆସନ୍ତା ସାଧାରଣ ନିର୍ବାଚନରେ ଏହାକୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଋଣନୀତି ପ୍ରସ୍ତୁତ କରିଛନ୍ତି। ତେବେ ଆଜି ଚାଷୀ ପ୍ରସଙ୍ଗକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରିଛି । ଚାଷୀର ପ୍ରାପ୍ୟ ଓ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ବିଜେଡି ଦିଲ୍ଲୀ ଚଲୋ ଡାକରା ଦେଇଛି । ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ କୃଷକଙ୍କ ସ୍ୱାର୍ଥ ପାଇଁ ବିଜେଡି କେନ୍ଦ୍ର ସରକାରଙ୍କୁ ଘେରିବ ବୋଲି ବରିଷ୍ଠ ବିଜେଡି ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁନାହାଁନ୍ତି । ମୋଦି ସରକାର ଚାଷୀକୂଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଆସନ୍ତା ଜାନୁୟାରୀ ୬ରେ ବିଜେଡି ନେତା ଓ କର୍ମୀମାନେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀ ଗସ୍ତ କରିବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏବଂ ଜାନୁୟାରୀ ୮ ତାରିଖରେ ଦିଲ୍ଲୀ ସଂସଦ ଭବନ ଆଗରେ ବିଜେଡ଼ି ବିକ୍ଷୋଭ କରିବାକୁ ନିଷ୍ପତି ନେଇଛି।
ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟଙ୍କ ବ୍ୟତିତ ଦେବୀ ମିଶ୍ର,ସଂଞ୍ଜୟ ଦାସ ବର୍ମା, ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ରହି ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ।

LEAVE A REPLY

Please enter your comment!
Please enter your name here