ଚଳିତ ବର୍ଷ ମିସ୍ ୟୁନିଭର୍ସ 2018ର ବିଜେତା ହୋଇଛନ୍ତି ଫିଲିପାଇନ୍ସର କ୍ୟାଟୋରିଓନା ଏଲିସା ଗ୍ରେ. ଥାଇଲାଣ୍ଡରେ ଆୟୋଜିତ ହୋଇଥିବା ମିସ୍ ୟୁନିଭର୍ସ 2018ର 67ତମ ସଂସ୍କରଣରେ ଏହି ମୁକୁଟ ପିନ୍ଧିଛନ୍ତି ଫିଲିପାଇନ୍ସର କ୍ୟାଟୋରିଓନା. ଏହାସହ ଟପ୍- 3 ଫାଇନାଲିଷ୍ଟଙ୍କ ମଧ୍ୟରେ ପହଞ୍ଚି ଥିବା  ମିସ୍ ସାଉଥ୍ ଆଫ୍ରିକା ଓ ମିସ୍ ବେନିଜୁଏଲାଙ୍କୁ ପଛରେ ପକାଇ କ୍ୟାଟୋରିଓନା ଏହି ଟାଇଟଲକୁ ହାସଲ କରିନେଇଛନ୍ତି. ଏହାସହ ସାଉଥ୍ ଆଫ୍ରିକା ପ୍ରତିଯୋଗୀ ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ବେନିଜୁଏଲା ପ୍ରତିଯୋଗୀ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି. ମାତ୍ର ଭାରତର ନେହଲ ଚୁଦାସମା ଟପ୍-20ରେ ମଧ୍ୟ ସ୍ଥାନ ପାଇନାହାନ୍ତି.

LEAVE A REPLY

Please enter your comment!
Please enter your name here