ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ଖୁସି ଖବର । ଅଢେଇ ଲକ୍ଷ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ କଟକର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ରାୟ ଦେଇଛନ୍ତି। ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଅଦାଲତ । ଅଦାଲତଙ୍କ ଏହି ରାୟ ପରେ ମୋଟ ୨ ଲକ୍ଷ ୩୮ ହଜାର ୪୭୭ ଜମାକାରୀ ଟଙ୍କା ଫେରସ୍ତ ପାଇପାରିବେ ।
ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତ ସ୍ତରରେ ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରସ୍ତ କରିବାକୁ ସ୍ୱତନ୍ତ୍ର କୋର୍ଟ ରାୟ ଦେଇଛନ୍ତି। ଏହି ଜମାକାରୀ ମାନଙ୍କୁ ଅନଲାଇନ ମାଧ୍ୟମରେ ଟଙ୍କା ପ୍ରଦାନ କରାଯିବ । ୭ ହଜାର ଟଙ୍କାରୁ କମ ଜମାକାରୀଙ୍କୁ ସମ୍ପୁର୍ଣ୍ଣ ଟଙ୍କା ପ୍ରଦାନ କରାଯିବ । ୭ ହଜାରରୁ ୧୦ ହଜାର ଟଙ୍କା ମଧ୍ୟରେ ଜମାକାରୀଙ୍କୁ ବଳକା ୩ ହଜାର ଟଙ୍କାର ୫୨ ପ୍ରତିଶତ ଟଙ୍କା ପ୍ରଦାନ କରାଯିବ ।