ଢେଙ୍କାନାଳ ବେଲଟିକିରି ସେଲଟର ହୋମ ଘଟଣାର ଅନୁଧ୍ୟାନ କରିବା ପରେ ନ୍ୟାସନାଲ କମିଶନ୍ ଫର ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟସ୍ (ଏନସିପିସିଆର୍) ସରକାରଙ୍କ ଆଡକୁ ଅଙ୍ଗୁଳି ଦେଖାଇଛି ଶିଶୁ ସୁରକ୍ଷା କ୍ଷେତ୍ରରେ ସରକାର ଅବହେଳା କରିଥିବା ଏହି ଟିମ୍ କହିଛି । ଢେଙ୍କାନାଳ ବେଲିଟିକିରି ସହ ରାଜ୍ୟର ଅନ୍ୟାନ୍ୟ ସେଲଟର ହୋମ ସ୍ଥିତି ଅନୁଧ୍ୟାନ କରିବାପରେ ଏନସିପିସିଆର୍ ସଦସ୍ୟମାନେ ଏହା କହିଛନ୍ତି । ଟିମ୍ ସଦସ୍ୟ ଯଶୱନ୍ତ ଜୈନ କହିଛନ୍ତି, ସେଲଟର ହୋମକୁ ବର୍ଷକ ପୂର୍ବରୁ ଗସ୍ତରେ ଆସିଥିବାବେଳେ ଏନସିପିସିଆର୍ ଟିମ୍ ଶିଶୁଙ୍କ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ଅଫିସରମାନଙ୍କ ସହ ଆଲୋଚନା କରିଥିଲେ। ସେଲଟର ହୋମରେ ଶିଶୁଙ୍କ ସୁରକ୍ଷା ନେଇ ଗାଇଡ଼ଲାଇନ ଦିଆଯାଇଥିଲା । ମାତ୍ର ସୁପାରିଶ ଅନୁସାରେ ଗାଇଡଲାଇନକୁ ପାଳନ କରାଯାଇନଥିବା ସେ କହିଛନ୍ତି । ଏଠାକାର ଅଧିକାରୀ ମାନେ ଶିଶୁ ସୁରକ୍ଷା ପ୍ରତି କୌଣସି ପଦକ୍ଷେପ ନ ନେଇ ଢିଲା ମାରିଛନ୍ତି କହି ସେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । କାହାଦ୍ୱାରା ଓ କେଉଁଠାରେ ଛାତ୍ରାବାସ ଚାଲିଛି ସେ ନେଇ କୌଣସି ତଥ୍ୟ ଅଧିକାରୀମାନେ ରଖିନାହାନ୍ତି ବୋଲି ସେ କହିଛନ୍ତି।

ସେହିପରି ସମସ୍ତ ସେଲଟର ହୋମ ଗୁଡିକରେ ଯାଂଚ ଚାଲିଛି। ଯିଏବି ଖିଲାପ କରିଥିବ ସପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେଲଟର ହୋମଗୁଡିକ ପଂଜୀକରଣ ନହେବା ଓ ବେଆଇନ କାରବାର ଚାଲିଥିବା ସେଲଟର ହୋମଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନସିପିସିଆର୍ ଟିମ୍ ସଦସ୍ୟ ଶ୍ରୀ ଜୈନ ପ୍ରକାଶ କରିଛନ୍ତି।

ସୁଚନାନୁଯାୟୀ, ଢେଙ୍କାନାଳ ବେଲଟିକିରି ସ୍ଥିତ ଗୁଡ଼୍ ନ୍ୟୁଜ୍ ଆଶ୍ରୟ ଗୃହରେ ଛାତ୍ରୀଙ୍କ ଯୌନ ନିର୍ୟ୍ୟାତନା ଘଟଣା ଜାତୀୟ ଖବରରେ ପରିଣତ ହେବା ପରେ ଗତ ୮ ତାରିଖରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସମାଲୋଚନା କରିବା ସହ ଓଡ଼ିଶାର ସବୁ ସେଲଟର ହୋମ ପରିଦର୍ଶନ ପାଇଁ ଏନସିପିଆରକୁ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧି ସୁପାରିଶ କରିଥିଲେ । ଏହି ଆଧାରରେ ତଦନ୍ତ ପାଇଁ ଏନସିପିସିର ୯ଟି ଟିମ୍ ଗତକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ପହଞ୍ଚିଛନ୍ତି।

LEAVE A REPLY

Please enter your comment!
Please enter your name here