ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶୀନି ମୃତ୍ୟୁ ମର୍ଡର ନୁହେଁ । ଦୁର୍ଘଟଣା କିମ୍ବା ଅବହେଳାରୁ ଚିନ୍ମୟୀଙ୍କର ମୃତ୍ୟୁ ହୋଇପାରେ । ସମ୍ବଲପୁର ଏସପି ବି. ଗଙ୍ଗାଧର ଏହି ପ୍ରତିକ୍ରୀୟା ଦେଇଛନ୍ତି । ପାଣିରେ ବୁଡି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି । ଲାଏ ଡିଟେକ୍ସନ ଟେଷ୍ଟରେ କିଛି ସତ ଲୁଚାଇନାହାଁନ୍ତି ପ୍ରୀତିମାନ । ଗତକାଲି ଏମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ସମ୍ବଲପୁର ପୋଲିସର ହସ୍ତଗତ ହୋଇଥିଲା । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସମ୍ବଲପୁର ଏସପି କହିଛନ୍ତି ।
ଅନ୍ୟପଟେ ମୋ ପୁଅ ନିର୍ଦ୍ଦୋଷ ବୋଲି କହିଛନ୍ତି ଚିନ୍ମୟୀଙ୍କ ବନ୍ଧୁ ତଥା ପ୍ରୀତିମାନଙ୍କ ବାପା । ବୁର୍ଲା ଥାନା ସାମ୍ନାରେ ପ୍ରୀତିମାନଙ୍କ ବାପା ପ୍ରଣବ ଦେ ଏହି ପ୍ରତିକ୍ରୀୟା ଦେଇଛନ୍ତି । ସେ କହିଛନ୍ତି ଯେ ଆଜି ପୋଲିସ ଡାକିଥିଲା ପୁଅକୁ ଜିମାରେ ନେବାକୁ , ମୁଁ ଆସି ନେଲି । ପୋଲିସ ତଦନ୍ତ ପାଇଁ ୭ଦିନ ବୁର୍ଲାରେ ରହିବାକୁ କହିଛି ।

LEAVE A REPLY

Please enter your comment!
Please enter your name here