ଇହ ଜଗଦରୁ ଅଲବିଦା ନେଇଛନ୍ତି ୮୦ ଦଶକର ଲୋକପ୍ରିୟ ଅଭିନେତା ରିଷି କପୁର । ଏବେ ସେ ପରଦାରେ ବଞ୍ଚି ରହିବେ କେବଳ ଛାଡିଯାଇଥିବା ଅଭିନୟ ପାଇଁ । ମୁମ୍ବାଇ ସ୍ଥିତ ସାର. ଏଚ.ଏନ ରିଲିଆନ୍ସ ଫାଉଣ୍ଡେସନ ହସ୍ପିଟାଲରେ ରିଷିଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବୁଧବାର ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଗଣିତ ପ୍ରଶଂସକଙ୍କ ଆଖିରେ ଲୁହ ଦେଇ ସୁବ ଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି ରିଷି । କାଲି ଭେଟରାନ ଆକ୍ଟର ଇରଫାନ ଆଉ ଆଜି ରିଷି କପୁରଙ୍କୁ ହରାଇ ପୁରା ବଲିଉଡ ଜଗତ ଯେମିତି ସ୍ତବ୍ଧ ହୋଇଯାଇଛି । କିଛି ଦିନ ତଳେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ସେ ବାଲକୁନି ରେ ଥାଳି ବାଡଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ରିଷିଙ୍କ ବିୟୋଗରେ ଅନେକ ନେତା , ମନ୍ତ୍ରୀ ଓ ସିନେ ଜଗତର ଷ୍ଟାରମାନେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ୪୨୦ , ଶିଶୁ କଳାକାର ଭାବେ ଫିଲ୍ମରେ ପ୍ରଥମ ଏଣ୍ଟ୍ରି । ପରେ ମେରା ନାମ ଜୋକରରେ କିଶୋର ପ୍ରେମର ନିଖୁଣ ଅଭିନୟ । ୧୯୬୩ରେ ବବିର ରୋମାନ୍ସ ତାଙ୍କୁ ଦେଇଥିଲା ନୂଆ ପରିଚୟ । ପରେ ପରେ ୧୯୮୯ରେ ଫିଲ୍ମ ଚାନ୍ଦିନୀରେ ଶ୍ରୀଦେବୀଙ୍କ ସହ ରୋମାନ୍ସ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା । ୨୦୧୮ରେ ଶେଷ ଫିଲ୍ମ ଦ ବଡି । ୨୦୧୮ରେ ସେ କ୍ୟାନସରରେ ପୀଡିତ ହୋଇଥିିଲେ । ତାପରେ ବର୍ଷେ ପର୍ଯ୍ୟନ୍ତ ସେ ନ୍ୟୁୟର୍କରେ ଚିକିତ୍ସିତ ହୋଇ ମୁମ୍ବାଇ ଫେରିଥିଲେ । ସିନେମାର ସବୁ କ୍ଷେତ୍ରରେ ଦକ୍ଷ ରିଷି କପୁର ଛାଡିଯାଇଛନ୍ତି ଅନେକ ସ୍ମୃତି । ଭର୍ସାଟାଇଲ ଆକ୍ଟର ରିଷି କପୁରଙ୍କ ପରଲୋକ ବଲିଉଡ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।