ଆଜି ଅପରାହ୍ନରେ କଣ କହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସାଢେ ୪ଟାରେ ପ୍ରେସମିଟ୍ ରହିଛି । ସୁରେଶ ମହାପାତ୍ରଙ୍କ ସହିତ ଏନଏଚଏମ ନିର୍ଦ୍ଦେଶିକା ଏବଂ ବିଏମସି କମିଶନର ମଧ୍ୟ ଉପସ୍ଥିତ ରହିବେ । କରୋନା ଦ୍ୱିତୀୟ ଲହରକୁ ନେଇ ଏହି ପ୍ରେସମିଟ୍ କରାଯିବ । ରାଜ୍ୟରେ ଭୟଙ୍କର ରୂପ ଧାରଣ କରୁଛି କରୋନା । କିଛି ଦିନ ହେଲା ଦୈନିକ ପଜିଟିଭ୍ ହାର ୧୦ ହଜାରରୁ ଅଧିକ ରହିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମୁନାହିଁ । ତେଣୁ ରାଜ୍ୟ ସରକାର ଆଜି କିଛି ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସେପଟେ ରାଜ୍ୟରେ ଯେଉଁ ଲକଡାଉନ ଘୋଷଣା କରାଯାଇଥିଲା । ତାହା ଆଉ ୩ ଦିନ ପରେ ସରିବ । ଆସନ୍ତା ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲକଡାଉନ୍ କରାଯାଇଥିଲା । କିନ୍ତୁ ଯେହେତୁ ସଙ୍କ୍ରମଣ ହ୍ରାସ ପାଇନାହିଁ ତେଣୁ ଆଗକୁ ଲକଡାଉନ୍ ବଢିବ ନା ଆଉ କିଛି ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ତାକୁ କଳ୍ପନା ଜଳ୍ପନା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here