ଏସିଆନ ଗେମ୍ସରେ 2018ର ଚାମ୍ପିଅନ ଜାପାନକୁ ହରାଇ ଭାରତ ହକିରେ ସ୍ବର୍ଣ୍ଣ ପଦକ ଜିତିଛି । ଏସିଆନ ଗେମ୍ସ ହକିରେ ସ୍ବର୍ଣ୍ଣ ଜିତିବାରେ ପଦକ ହାସଲ କରିବାରେ ଏହା ହେଉଛି ଭାରତର ଚତୁର୍ଥ ସ୍ବର୍ଣ୍ଣ ପଦକ । ଏହା ପୂର୍ବରୁ 2014ରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ସେହିପରି 1998 ଓ 1966ରେ ମଧ୍ୟ ଭାରତ ହକି ଚାମ୍ପିଅନ ହୋଇଥିଲା । ଆଜି ଜାପାନକୁ ହରାଇ ଭାରତକୁ ସ୍ବର୍ଣ୍ଣ ପଦକ ଜିତାଇବାରେ ଓଡିଆ ଖେଳାଳି ଅମିତ ରୋହିଦାସଙ୍କ ପ୍ରଦର୍ଶନ ଉତ୍ସାହଜନକ ଥିଲା । ସେ ଭାରତ ପାଇଁ ଗୋଲ୍ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ, ଅଧିନାୟକ ହରମନପ୍ରିତ ଓ ଅଭିଷେକ ମଧ୍ୟ ଗୋଲ୍ କରିଥିଲେ । ଆରମ୍ଭରୁ ଦୁଇ ଦେଶ ବେଶ୍ ସତର୍କତାର ସହ ଖେଳିଥିଲେ ହେଁ ଦ୍ବିତୀୟାର୍ଦ୍ଦରେ ଭାରତୀୟ ଟିମ୍ ର ପ୍ରଦର୍ଶନ ଆକର୍ଷଣୀୟ ଥିଲା ।

LEAVE A REPLY

Please enter your comment!
Please enter your name here