ଆଜି ରାତି ଦଶଟାରୁ ଛ’ଦିନ ପାଇଁ ଦିଲ୍ଲୀ ଲକ୍ଉାଉନ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀ ଲକଡାଉନ୍ କରିବାକୁ ଘୋଷଣା କରିଛନ୍ତି । ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲକଡାଉନ୍ ଛଡା ଆଉ କିଛି ବାଟ ନାହିଁ । ଏବେ ଦୈନିକ ପଚିଶ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଦିଲ୍ଲୀବାସୀ ଦିଲ୍ଲୀରେ ରୁହନ୍ତୁ ଏବଂ ଦିଲ୍ଲୀ ଛାଡି ନ ଯିବାକୁ ପରାମର୍ଶ ଦେଇଛନ୍ତି କେଜ୍ରିଓ୍ୱାଲ । ଦିଲ୍ଲୀ ସରକାର ସଂପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସମସ୍ତେ ସହଯୋଗ କଲେ ସ୍ବାଭାବିକ ସ୍ଥିତି ଖୁବଶୀଘ୍ର ଫେରିଆସିବ ବୋଲି ସେ କହିଛନ୍ତି । ମାତ୍ର ଦିଲ୍ଲୀରେ ବର୍ତ୍ତମାନ ଅବସ୍ଥା ବିଗିଡିବାକୁ ବସିଲାଣି । ପ୍ରତିଦିନ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେମାନଙ୍କୁ ଚିକିତ୍ସା କରିବା ପାଇଁ ହସପିଟାଲରେ ଆଇ ଆଇସିୟୁ ବେଡ୍ ନାହିଁ । ରେମିଡେସିଭର ଔଷଧ ମଧ୍ୟ ଅଭାବ ହେଲାଣଇ । ତେଣୁ ଏଭଳି ସ୍ଥିତିକୁ ସଜାଡିବାକୁ ହେଲେ ଏବେ ଆମକୁ କଠୋର ନିଷ୍ପତ୍ତି ନେବାକୁ ହେବ ବୋଲି କେଜ୍ରିଓ୍ୱାଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here