ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ସାମିଆପାଲି ଗ୍ରାମରେ ଅଭାବନୀୟ ଘଟଣା । ୬ ଜଣ ଶିଶୁ ଦାଣ୍ଡରେ ଖେଳୁଥିବା ବେଳେ ବିଷାକ୍ତ ଫଳ ଖାଇଦେଇଥିଲେ, ଫଳରେ ଘରକୁ ଯାଇ ଅସୁସ୍ଥ ହୋଇପଡିଥିଲେ, ପରିବାର ଲୋକ ତାଙ୍କୁ ପଚାରିବାରୁ କିଛି ଫଳ ଖାଇଥିବା କହିଥିଲେ ଓ ଫଳକୁ ଦେଖାଇଥିଲେ, ଫଳକୁ ଦେଖି ପରିବାର ଲୋକେ ଜାଣିପାରିଥିଲେ ବିଷାକ୍ତ ଫଳ ବୋଲି, ତୁରନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ପାଳଲହଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବଂ ସାଥିରେ ଖାଇଥିବା ଫଳକୁ ମଧ୍ୟ ଆଣି ଡାକ୍ତରଙ୍କୁ ଦେଖାଇଥିଲେ, ଗୁରୁତର ମାନେ ହେଲେ ପ୍ରିୟା ଧୀବର (୨ ବର୍ଷ ), ଚାନ୍ଦିନୀ ଧୀବର (୩), ଶ୍ରୀୟା ଧୀବର (୬), ସାବିତ୍ରୀ ଧୀବର (୬), ନନ୍ଦିନୀ ଧୀବର (୫), ଆକାଶ ପେଣ୍ଠଇ( ବୋଲି ଜଣା ପଡିଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି

LEAVE A REPLY

Please enter your comment!
Please enter your name here