ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଛ ଘଣ୍ଟିଆ ଓଡିଶା ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି I ବନ୍ଦ ଡାକରା ପ୍ରଭାବରେ ରାଜ୍ୟରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା I ଯ଼ାନବାହନ ଚଳାଚଳ ବନ୍ଦ ରହିଥିଲା I ଅଧିକାଂଶ ସ୍ଥାନରେ ଦୋକାନ ବଜାର ଓ ବ୍ୟାବସାୟିକ ଅନୁଷ୍ଠାନ ବନ୍ଦ ରହିଥିଲା I ରାଜଧାନୀ ଭୁବନେଶ୍ବରରେ କଂଗ୍ରେସ ନେତାମାନେ ରେଳଷ୍ଟେସନକୁ ଯ଼ାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ I ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ ନେତା ଜୟଦେବ ଜେନା, ଶରତ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ବରେ କଂଗ୍ରେସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପିକେଟିଂ ଓ ବିକ୍ଷୋଭ ପ୍ରଦର୍ଶନ କରାଯ଼ାଇଥିଲା I ଓଡିଶା ବନ୍ଦ ଡାକରା ଯ଼ୋଗୁ ଜାତୀୟ ରାଜପଥରେ ମାଲବାହି ଟ୍ରକଗୁଡିକ ଅଟକି ରହିଥିଲା I ସେହିପରି ବିଭିନ୍ନ ଜିଲ୍ଲାରେ ବନ୍ଦ ସମର୍ଥକମାନେ ଟାୟାର ଜାଲି ରାସ୍ତା ଅବରୋଧ କରିଥିବା ଲକ୍ଷ କରାଯ଼ାଇଥିଲା I ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ହ୍ରାସ କରିବାକୁ କଂଗ୍ରେସ ଦାବି କରିଛି I ସେହିପରି କୋଟିଆରେ ସୀମା ସୁରକ୍ଷାରେ ରାଜ୍ୟ ସରକାରଙ୍କ ବିଫଳତାକୁ କଂଗ୍ରେସ ସମାଲୋଚନା କରିଛି I