ଚେନ୍ନାଇରେ ଆୟୋଜିତ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡକୁ 317 ରନରେ ହରାଇଛି ଭାରତ । ପ୍ରଥମ ଟେଷ୍ଟ ମ୍ୟାଚରେ ହାରିଥିବା ଭାରତ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡକୁ ଠିକଣା ଜବାବ ଦେଇଛି । ରୋହିତ ଶର୍ମା ଓ ଅଶ୍ବିନୀଙ୍କ ଶତକ ଭାରତକୁ ମ୍ୟାଚ ଜିତାଇବାରେ ସହଜ କରିଦେଇଥିଲା । 482 ର ବିଶାଳ ସ୍କୋରକୁ ପିଛା କରି ଇଂଲଣ୍ଡ ଖେଳୁଥିବା ବେଳେ ଦ୍ବିତୀୟ ଇନିଂସରେ 164ରେ ଅଲ ଆଉଟ ହୋଇଯାଇଥିଲା । ଫଳରେ ଭାରତ ବିଶାଳ ବ୍ୟବଧାନରେ ଇଂଲଣ୍ଡକୁ ହରାଇବାକୁ ସଫଳ ହୋଇଥିଲା । ପ୍ରଥମ ଇନିଂସରେ ରୋହିତ ଶର୍ମାଙ୍କ 161 ରନ୍ ଏବଂ ଦ୍ବିତୀୟ ଇନିଂସରେ ଅଶ୍ବିନୀଙ୍କ 106 ରନ୍ ବଳରେ ଭାରତର ବିଶାଳ ସ୍କୋର ଇଂଲଣ୍ଡ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ପ୍ରଥମ ଟେଷ୍ଟରେ ଭାରତ ଇଂଲଣ୍ଡ ଠାରୁ 227 ରନରେ ହାରିଥିବା ବେଳେ ଦ୍ବିତୀୟ ଟେଷ୍ଟରେ ବଦଲା ନେଇଛି ।

LEAVE A REPLY

Please enter your comment!
Please enter your name here