ଜମୁଛି ରାଜନୀତି । ଲୋକସଭା ଆସନକୁ ନିଜ ଆଡକୁ ଟାଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ବାଛି ସାରିବା ପରେ ଜମୁଛି ଜଗତସିଂହପୁର ନିର୍ବାଚନମଣ୍ଡଳୀ । ବିଜେଡିରୁ ଲୋକସଭା ଆସନ ପାଇଁ ରାଜଶ୍ରୀ ମଲ୍ଲିକ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ମଧ୍ୟ ପ୍ରତିମା ମଲ୍ଲିକଙ୍କୁ ମଇଦାନକୁ ଓହ୍ଲାଇଛି । ଉଭୟ ବିଜେଡି କଂଗ୍ରେସକୁ ଟକ୍କର ଦେବାକୁ ବିଜେପି ବିଭୁ ପ୍ରସାଦ ତରାଇଙ୍କୁ ଏଠାରୁ ପ୍ରାର୍ଥୀ ଘୋଷଣା କରିଛି । ସୁଚନାଅନୁସାରେ, ସେ ଜଗତସିଂପୁରରୁ ଲଢିବା ପାଇଁ ଆଗ୍ରହୀ ଥିବାବେଳେ କଂଗ୍ରେସ ତାଙ୍କୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଟିକେଟ୍ ଦେଇଥିଲା । ଏଥିରେ ଅସନ୍ତୁଷ୍ଟ ବିଭୁ ହାତ ଛାଡି ପଦ୍ମ ଧରିଥିଲେ । ତେବେ ବିଜେପି ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ସେ ବିପୁଳ ମାତ୍ରାରେ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଜଗତସିଂହପୁରରେ କିଏ ମାରିବ ବାଜିମାତ୍ । କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ । ସେ ନେଇ ଚାଲିଛି ଅଙ୍କ କଷା ।

LEAVE A REPLY

Please enter your comment!
Please enter your name here