ସାରା ଦେଶରେ ପାଳିତ ହେଉଛି ଆଲୋକର ପର୍ବ ଦୀପାବଳି. ଏହି ଦିନଟିକୁ ସମସ୍ତେ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି. କେଉଁ ପୌରାଣିକ କାଳରୁ ପାଳନ ହୋଇଆସୁଥିବା ଦୀପାବଳିର ରୂପରେଖ ଆଜି ଟିକେ ପରିବର୍ତ୍ତନ ହୋଇଛି. ପୂର୍ବରୁ ଯେତେବେଳେ ସମସ୍ତେ କେବଳ ଦୀପ ଜାଳି ଏହାକୁ ପାଳନ କରୁଥିଲେ ଆଜି ଦୀପ ସହ ବାଣ ମଧ୍ୟ ଫୁଟାଉଛନ୍ତି. ସମସ୍ତେ ଘରକୁ ଲିଚୁ ମାଳରେ ସଜ୍ଜାଇବା ସହ ଘରେ ବିଭିନ୍ନ ପ୍ରକାର ରଙ୍ଗୋଲି ମଧ୍ୟ କରୁଛନ୍ତି. କୁହାଯାଏ ଯେ, 14 ବର୍ଷ ପରେ ଶ୍ରୀ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ଦୀପାବଳି ଦିନ ଅଯୋଧ୍ୟା ଫେରିଥିଲେ. ଆଉ ସେହିଦିନ ଅଯୋଧ୍ୟାକୁ ସଂପୂର୍ଣ୍ଣରୂପେ ଦୀପରେ ଆଲୋକିତ କରାଯାଇଥିଲା. ସେହିଦିନଠାରୁ ଦୀପାବଳିକୁ ସମସ୍ତେ ପାଳନ କରିଆସୁଛନ୍ତି. ଅନ୍ୟପଟେ ଗାଁ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଲୋକମାନେ ବଡବଡୁଆ ମଧ୍ୟ ଡାକିଥାନ୍ତି ଏବଂ ସେହିଦିନ ଘରେ ଘରେ ପିଠାପଣା ପ୍ରସ୍ତୁତ କରାଯାଏ. ସମସ୍ତେ ଏହି ଦିନଟିକୁ ଅତି ଆନନ୍ଦର ସହ ପାଳନ କରିଥାନ୍ତି ଆଉ ବାଣ ମଧ୍ୟ ଫୁଟାଇଥାନ୍ତି. ତେବେ ଆଜିକାଲି ଯେଉଁ ବାଣ ବଜାରରେ ଉପଲବ୍ଧ ହେଉଛି ସେଭଳି ବାଣଠୁ ସର୍ବଦା ଦୂରରେ ରହିବା ଉଚିତ୍. କାରଣ ସେଭଳି ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ ଏବଂ କେବେକେବେ ଏହା ଆମ ଶରୀର ପ୍ରତି ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହେବା ସହ ଗୃହପାଳିତ ପଶୁମାନଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଥାଏ.

LEAVE A REPLY

Please enter your comment!
Please enter your name here