ନାମ୍ବିଆରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଆସିଥିବା 8ଟି ବାଘକୁ ଆଜି ମଧ୍ୟପ୍ରଦେଶର ଶେଓପୁରରେ ଥିବା କୁନୋ-ପାଲପୁର ଜାତୀୟ ଉଦ୍ୟାନରେ ଛଡାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନରେ ଜାତୀୟ ଉଦ୍ୟାନକୁ ବାଘ ଉପହାର ଦେଇଛନ୍ତି । ଯନ୍ତା ଖୋଲି ପ୍ରଧାନମନ୍ତ୍ରୀ ଜାତୀୟ ଉଦ୍ୟାନ ମଧ୍ୟକୁ ଚିତାବାଘଗୁଡିକୁ ଛାଡିଥିଲେ । ଦେଶରୁ ଚିତାବାଘ ବିଲୁପ୍ତ ହୋଇଯାଇଥିବା ବେଳେ ନାମ୍ବିୟାରୁ ଚିତାବାଘ ଆଣିବା ଦେଶର ଜୈବ ବିବିଧତା ପାଇଁ ସରକାରଙ୍କ ଉପହାର । ୮ଟି ଚିତାବାଘଙ୍କ ଭିତରେ ୫ଟି ମାଈ ଓ ୩ଟି ଅଣ୍ଡିରା ରହିଛନ୍ତି । ଆସନ୍ତା ୫ ବର୍ଷରେ ଆହୁରି ୫୦ ବାଘ ଆଫ୍ରିକା ଜଙ୍ଗଲରୁ ଭାରତ ଆସିବେ ।
ଚିତାବାଘ ଅର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ସତୁରୀ ବର୍ଷ ଧରି ଦେଶରେ ଆଉ ଚିତାବାଘ ନାହାଁନ୍ତି । ଏବେ ଦେଶର ଜଙ୍ଗଲରେ ଚିତାବାଘ ଦୌଡିବେ । ଦେଶର ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜୀବଜନ୍ତୁଙ୍କର ବଡ ଅବଦାନ ରହିଛି । ତେବେ କୁନୋ ନ୍ୟାଶନାଲ ପାର୍କରେ ଛଡାଯାଇଥିବା ଚିତାବାଘଗୁଡିକୁ ଆଉ କିଛି ଦିନ ପରେ ପର୍ଯ୍ୟଟକମାନେ ଦେଖିବାର ସୁଯୋଗ ପାଇପାରିବେ ।

LEAVE A REPLY

Please enter your comment!
Please enter your name here