ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଧନା ଦିଆ ଯାଇଥିଲା ମୋଦି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଦିନିକିଆ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଜଟଣୀସ୍ଥିତ ଅରୁଗୁଳ ଯାଇ ଭୁବନେଶ୍ୱର ଆଇଆଇଟିର ଲୋକାର୍ପଣ କରିବେ । ସେଠାରୁ ବରୁଣେଇ ନିକଟରେ ଆୟୋଜିତ ସାଧାରଣ ସମାବେଶରେ ଉଦବୋଧନ ଦେବେ । ଭୁବନେଶ୍ୱରରେ ଇଏସଆଇର ସଂପ୍ରସାରିତ ହସପିଟାଲ ଗୃହକୁ ଲୋକାର୍ପିତ କରିବା ସହ ୪ ଓ ୧୬ ନମ୍ବର ଜାତୀୟ ରାଜପଥର ଶିଳାନ୍ୟାସ ସହ ଖଣ୍ଡଗିରି ଠାରେ ଫ୍ଲାଇଓଭରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାବ୍ୟତୀତ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଲଳିତଗିରିରେ ପ୍ରତ୍ନତାତ୍ତ୍ୱିକ ସଂଗ୍ରାହଳୟର ଉଦ୍ଘାଟନ କରିବେ ।

LEAVE A REPLY

Please enter your comment!
Please enter your name here