ମା’ର ସମ୍ପର୍କ ନିଆରା । ସେ ପଶୁ ହେଉ କିମ୍ବା ମଣିଷ । ଆମେ ସବୁବେଳେ ଦେଖିଛେ ସେ ଯେଉଁ ପଶୁ ହୁଅନ୍ତୁ ନା କାହିଁକି । ନିଜ ଛୁଆକୁ ମା’ର ମମତା ଦେଇ କୋଳକୁ ନିଅନ୍ତି । ଦୁଇଦିନ ତଳେ ଭୁବନେଶ୍ୱର ଇନଫୋସିଟି ଛକରେ ଗୋଟିଏ ବାଛୁରୀକୁ କାର୍ ଟି ପିଟିଦେଇ ଚାଲିଗଲା । ବାଛୁରୀଟି ପଡି ଛଟପଟ ହେଉଥାଏ । ପରେ ପଶୁ ସୁରକ୍ଷା ସମିତିର ସଦସ୍ୟମାନେ ବାଛୁରୀକୁ ସ୍କୁଟିରେ ଡାକ୍ତରଖାନା ନେଇଥିଲେ । ସ୍କୁଟି ପଛେ ପଛେ ଧାଉଁଥାଏ ମା’ । କେମିତି ବା ଧାଇଁବନି । ନିଜ ପିଲାକୁ ଏମିତି ଅବସ୍ଥାରେ ଛାଡି କେମିତି କୁଆଡେ ଯାଇପାରିବ । ଏ ଦୃଶ୍ୟକୁ ଅନେକ ଲୋକ ଦେଖୁଥାନ୍ତି । ଏବଂ କହୁଥାନ୍ତି ସତରେ ମା’ ପରି କେହି ନାହିଁ । ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେଲା । ହେଲେ ଛୁଆକୁ ଫେରିପାଇଲାନି ମା’ । କାଲି ରାତିରେ ବାଛୁରୀଟି ଆଖି ବୁଜିଦେଇଥିଲା । ତାର ଅନ୍ତିମ ସଂସ୍କାର ପାଇଁ ନେଇଥିଲେ ପଶୁ ସୁରକ୍ଷା ସମିତିର ସଦସ୍ୟମାନେ । ହେଲେ ମା’ ମନ ବୁଝିଲାନି । ଶେଷ ପର୍ଯ୍ୟନ୍ତ ଛୁଆଟିକୁ ପାଇବାକୁ ବ୍ୟାକୁଳ ହେଉଥିଲା ମା’ । ଛୁଆର ଶବ ପଛରେ ବି ଧାଉଁଥାଏ ମା’ ।

LEAVE A REPLY

Please enter your comment!
Please enter your name here