ଦଶମାସ ଦଶଦିନ ଗର୍ଭରେ ରଖି ଜନ୍ମ ଦେଇଥିଲା ସ୍ନେହ କାଙ୍ଗାଳି ମା । କୋଳେଇ କାଖେଇ ପେଟରୁ କାଟି ତାକୁ ବଡ କରିଥିଲା । ଭାବିଥିଲା ବୟସର ଅପରାହ୍ନରେ ସିଏ ତାକୁ ସାହାରା ଦେବ । ମାତ୍ର ପୁଅ ପାଇଁ ମାଆ ବୋଝ ପାଲଟିଗଲା । ପାଞ୍ଚଟି ସନ୍ତାନର ମାଆ ବୃଦ୍ଧାବସ୍ଥାରେ ଏବେ ଅଲୋଡା, ଅବହେଳିତ । ଅସହ୍ୟ ହେଉଛି ପିଲାଙ୍କ ନିର୍ଯାତନା । ମାନବିକତା ଭୂଲିଯାଇଛନ୍ତି ପୁଅ ବୋହୂ । ଚାରୋଟି ପୁଅ ଓ ଗୋଟିଏ ଝିଅ ଜନ୍ମ କରିଥିବା ମାଆର ଜୀବନ କଟୁଛି ପାଇଖାନାରେ । ଏଭଳି ଘଟଣା ସାମ୍ନାକୁ ଆସିଛି ଗୋପ ବ୍ଲକ ବୀରତୁଙ୍ଗ ପଞ୍ଚାୟତର ସାଉରିଆ ଗାଁରେ ।
ଧନୀ ମଲ୍ଲିକ । ବୟସ ୮୨ । ୪ ପୁଅ , ୪ ବୋହୂ ଓ ୧୧ ଜଣ ନାତୁଣୀଙ୍କୁ ନେଇ ତାର ପରିବାର । କିନ୍ତୁ ବୟସର ଅପରାହ୍ନରେ ପହଁଞ୍ଚିଥିବା ଧନି ମଲ୍ଲିକ ଏବେ ପରିବାର ପାଇଁ ବୋଝ ପାଲଟିଯାଇଛି । କେହି ତାଙ୍କର ଯତ୍ନ ନେବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ବଡ ପୁଅର ଇଛା ହେଲେ ମାକୁ ଖାଇବାକୁ ମୁଠେ ଦିଏ । ନ ହେଲେ ନାହିଁ । ବାପାମାଙ୍କୁ ନିର୍ଯାତନା ଦେଉଥିବା ପୁଅବୋହୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ମାତ୍ର ନିଦେ୍ର୍ଦଶ କଣ ରୋକିପାରୁଛି ପୁଅବୋହୁଙ୍କ ରୁଗଣ ମାନସିକତାକୁ ।

LEAVE A REPLY

Please enter your comment!
Please enter your name here