ଟିକେଟ ବଣ୍ଟନକୁ ନେଇ ବିଜେଡିରେ ତେଜିବାରେ ଲାଗିଛି ଅସନ୍ତୋଷ । ରାଜନଗର ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିରୋଧ । ଗୋଟିଏ ପଟେ ଧ୍ରୁବ ସାହୁ ନବୀନ ନିବାସରେ ଟିକେଟ ନେଇ ଯାଉଥିବାବେଳେ ଅନ୍ୟପଟେ ନବୀନ ନିବାସ ଆଗରେ କିଛି ବିରୋଧି ଗୋଷ୍ଠି ତାଙ୍କୁ ବିରୋଧ କରିଛନ୍ତି । ଧ୍ରୁବ ସାହୁଙ୍କ ବିରୋଧରେ ନାରାବାଜି ଦେବା ସହିତ ରାଜନଗର ପ୍ରାର୍ଥୀ ପରିବର୍ତ୍ତନ ପାଇଁ ସେମାନେ ଦାବୀ କରିଛନ୍ତି । ଧ୍ରୁବ ସାହୁଙ୍କୁ ଯଦି ପରିବର୍ତ୍ତନ କରାନଯାଏ ତେବେ କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ମଧ୍ୟ ବିରୋଧ କରାଯିବ ବୋଲି ଧ୍ରୁବ ସାହୁଙ୍କ ବିରୋଧି କହିଛନ୍ତି ।

LEAVE A REPLY

Please enter your comment!
Please enter your name here