ଗତ ଶନିବାର ଦିନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଚିଲିକା ଆକାଶରେ ଉଡିଥିବା ଅଭିଯୋଗରେ ତାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ପୁରୀ ପୋଲିସ ସିଜ୍ କରିଛି. ଅଭିଯୋଗ ହୋଇଛି, ବୈଜୟନ୍ତ ବେଆଇନ ଭାବେ ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଢାଇଛନ୍ତି. ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ. ତେବେ ଅଭିଯୋଗରୁ ରାଜନୀତିର ଗନ୍ଧ ବାହାରୁଛି ଏବଂ ତାଙ୍କ ବିରୋଧରେ ତୃତୀୟ ମହଲାର ଏହା ସାଂଘାତିକ ଷଡଯନ୍ତ୍ର ବୋଲି କହିଛନ୍ତି ବୈଜୟନ୍ତ.

ଚିଲିକାର ନୋ ଫ୍ଲାଇଂ ଜୋନରେ ଇମ୍ପା ହେଲିକପ୍ଟର ଉଡାଣ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିବାଦ ଘେରକୁ ଟଣା ହୋଇଛନ୍ତି । ସିଡିଏ କର୍ତ୍ତୃପକ୍ଷଙ୍କ ଏତଲାକୁ ଆଧାର କରି ଅରଖକୁଦା ସାମୁଦ୍ରିକ ଥାନାରେ ଦଫା ୨୭୭, ୨୭୮, ୩୩୬ ଓ ୪୩୧ରେ ମାମଲା ରୁଜୁ ହୋଇଛି । ଏହାସହିତ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ସିଜ୍ କରିଛି ପୋଲିସ । ବୈଜୟନ୍ତ ପଣ୍ଡା ଚିଲିକା ପାଣି ଉପରକୁ ବିମାନ ଖସାଇଥିଲେ । ଯଦିଓ ଗରଦପୁର, କୋଣାର୍କ ଓ ପୁରୀ ଆକାଶରେ ବିମାନ ଉଡାଇବାକୁ ସେ ଅନୁମତି ପାଇଥିଲେ, କିନ୍ତୁ ବେଆଇନ ଭାବେ ଚିଲିକା ଆକାଶକୁ ଯାଇଥିଲେ ।ଏହି ମାମଲାରେ ପୁରୀ ଏସପି ସାର୍ଥକ ଷଡଙ୍ଗୀ କହିଛନ୍ତି ଯେ, ଚିଲିକା ଉପରେ ବୈଜୟନ୍ତ ହେଲିକପ୍ଟର ଉଡାଇଥିଲେ । ତାଙ୍କ ସହ ଅଭିଜିତ ଆୟାର ମିତ୍ର ଓ ଆରତୀ ଚିକୁ ନାମକ ଦୁଇ ସହଯୋଗୀ ମଧ୍ୟ ଥିଲେ । ଏହି ବେଆଇନ ଉଡାଣ ନେଇ ଇମ୍ପା କର୍ତୃପକ୍ଷଙ୍କ ସହ ବୈଜୟନ୍ତଙ୍କୁ ଜେରା ପାଇଁ ଡକାହୋଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି । ଖାଲି ଚିଲିକା ନୁହେଁ ପୁରୀ ଶ୍ରୀମନ୍ଦିର ଉପରେ ମଧ୍ୟ ହେଲିକପ୍ଟର ଉଡିଛି । ଏନେଇ  ମାମଲା ରୁଜୁ କରିପାରେ ପୋଲିସ । ୧୫ ତାରିଖରେ ଓଡିଶା ବୁଲିବାବେଳେ ଚପରରେ ବସିଥିବା ଅଭିଜିତ ମିତ୍ର ନିଜେ ଟୁଇଟ କରି ଏହି ସବୁ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଘଟଣାକୁ ନେଇ ବୈଜୟନ୍ତ ଟୁଇଟ କରିଛନ୍ତି । ତାଙ୍କୁ ଅଯଥାରେ ମାମଲା ଭିତରକୁ ଟଣାଯାଉଛି ବୋଲି ସେ ପ୍ରକାଶ କରିବା ସହ ତୃତୀୟ ମହଲାକୁ ଟାର୍ଗେଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here