ଜମିଜମା ବିବାଦରୁ ଗୋଟିଏ ପରିବାରର ଚାରିଜଣଙ୍କୁ ହତ୍ୟା । ବରଗଡ ଜିଲ୍ଲା ଭଟ୍ଟଲି ଥାନା ଅନ୍ତର୍ଗତ ଝିକିଝିକି ଘାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି ଗାଁର ଗୁରୁଦେବ ବାଗଙ୍କ ପରିବାର । ଗୁରୁଦେବ ବାଗ, ତାଙ୍କ ପତ୍ନୀ ଶିବଗ୍ରୀ, 15 ବର୍ଷର ପୁଅ ଚୂଡାମଣୀ ଓ 10 ବର୍ଷର ଝିଅ ଶ୍ରାବଣୀକୁ ହତ୍ୟା କରିଛନ୍ତି ଗୁରୁଦେବଙ୍କ କାକା ଶିବ ବାଗ୍ । ଗୁରୁଦେବଙ୍କ ପରିବାର ରାତିରେ ଶୋଇଥିବା ବେଳେ ଶାବଳ ପକାଇ ସମସ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଗାଁ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାରିଜଣଙ୍କୁ ହତ୍ୟା କରାଯାଇଥିବା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ତେବେ ଗାଁ ଲୋକେ ଦେଇଥିବା ସୂଚନା ଅନୁଯାୟୀ ଜମିଜମାକୁ ନେଇ ଗୁରୁଦେବ ଓ ତାଙ୍କ କାକାଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ଦୁଇଦିନ ତଳେ ମଧ୍ୟ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା । ପୋଲିସ କାକା ଶିବ ବାଗକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ କି ନାହିଁ ଅନୁଧ୍ୟାନ କରୁଛି ।

LEAVE A REPLY

Please enter your comment!
Please enter your name here