ସେପ୍ଟେମ୍ବର ୧ରେ ଲାଗୁ ହୋଇଥିଲା ସଂଶୋଧିତ ନୂଆ ଟ୍ରାଫିକ ନିୟମ । ନୂଆ ନିୟମ ଲାଗୁ ସହ ଆରମ୍ଭ ହୋଇଥିଲା ଜୋରଦାର ଧରପଗଡ । ଖିଲାପକାରୀଙ୍କ ଉପରେ ଲାଗିଥିଲା ହଜାର ହଜାର ଫାଇନ୍ । ନୂଆ ଟ୍ରାଫିକ ନିୟମକୁ ନେଇ ରାଜ୍ୟବ୍ୟାପୀ ଦେଖାଦେଇଥିଲା ଅସନ୍ତୋଷର ନିଆଁ । ଆଉ ୭ ତାରିଖ ରାଜଧାନୀ ରାଜମହଲରେ ପୋଲିସ ଓ ଜନତାଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଖଣ୍ଡଯୁଦ୍ଧ । ବଢୁଥିବା ଜନ ଅସନ୍ତୋଷକୁ ଦେଖି କାଲି ରାଜ୍ୟ ସରକାର ୟୁ ଟର୍ଣ୍ଣ ମାରିଥିଲେ । ୩ ମାସ ସଂଶୋଧିତ ମଟର ଯାନ ଆଇନ ଅନୁଯାୟୀ ଜରିମାନା ଆଦାୟକୁ କୋହଳ କରିଛନ୍ତି ସରକାର । କଡାକଡି ପାଳନ ନକରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଆଉ ଏ ଦୃଶ୍ୟ ହେଉଛି ଆଜିର । ଭୁବନେଶ୍ୱର କଳ୍ପନା ଛକ ନିକଟରେ କମିଶନରେଟ ପୋଲିସ ପକ୍ଷରୁ ଅଭିନବ ପଦକ୍ଷେପ । ହେଲମେଟ ପିନ୍ଧି ନଥିବା ଲୋକଙ୍କ ଠାରୁ ୫ ଶହ ଟଙ୍କା ଜରିମାନା ନେଉଛନ୍ତି । ଆଉ ମାଗଣାରେ ଦେଉଛନ୍ତି ଗୋଟିଏ ହେଲମେଟ । ଖାଲି ଭୁବନେଶ୍ୱର ନୁହେଁ ବିଭିନ୍ନ ସ୍ଥାନରେ ଆଜି ଦେଖିବାକୁ ମିଳିଥିଲା ଏମିତି ଟ୍ରାôଫିକ ସଚେତନତା କାର୍ଯ୍ୟକ୍ରମ ।

LEAVE A REPLY

Please enter your comment!
Please enter your name here