ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ନିଖୋଜ ଘଟଣା । ଆଜିକୁ ଏହି ଘଟଣା ଚତୁର୍ଥ ଦିନରେ ପହଁଚିଥିବା ବେଳେ ଡଙ୍ଗା ବୁଡି ଯାଇ ୪ ଜଣ ନିଖୋଜ ହୋଇଯାଇଥିଲେ | ନିଖୋଜଙ୍କ ମଧ୍ୟରୁ ମଙ୍ଗଳବାର ଏକ ମୃତଦେହ ଉଦ୍ଧାର ହୋଇଛି । ମୃତକ ରୋଡ ଗ୍ରାମର ରମେଶ ସାହୁ । ରେଣ୍ଠାପାଟ ପଞ୍ଚାୟତ ତଳ ଗେଙ୍ଗୁଟିଆ ବାଲିଘାଟରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଏବେ ଉଦ୍ଧାର ସଂଖ୍ୟା ୨ ରେ ପହଁଚିଥିବା ବେଳେ ଏବେବି ଆଉ ୨ ଜଣ ନିଖୋଜ ଅଛନ୍ତି ।
ସୂଚାନଯୋଗ୍ୟ , ଗତ ୭ ତାରିଖ ଶନିବାର ରାତି ପ୍ରାୟ ୯ ଟା ସମୟରେ ଖଡଗପ୍ରସାଦ ଘାଟରୁ ୨ ଜଣ ନାଉରି ସମେତ ମୋଟ ୯ ଜଣ ଡଙ୍ଗାପାରି ହୋଇ କୁନ୍ଦନଦେଇପୁର ଘାଟକୁ ଅାସୁଥିବା ବେଳେ ଅଧା ନଦୀରେ ଡଙ୍ଗାଟି ବୁଡିଯାଇଥିଲା । ଡଙ୍ଗାରେ ବସିଥିବା ୯ ଜଣଙ୍କ ମଧ୍ୟରୁ ଚାଳକ ସମେତ ୫ ଜଣ ପହଁରି ପହଁରି କୂଳକୁ ଅସିଜାଇଥିଲେ | ମାତ୍ର ଅନ୍ୟ ୪ ଜଣ ନିଖୋଜ ହୋଇଯାଇଥିଲେ । ସୋମବାର ଡଙ୍ଗା ବୁଡିଥିବା ସ୍ଥାନ ଠାରୁ ୫ କି ମି ତଳକୁ ଉପର ଗେଙ୍ଗୁଟିଆ ଘାଟରୁ ବିଶ୍ବଜିତ ଆଚାର୍ଯ୍ୟର ମୃତ ଦେହ ମିଳିଥିଲା । ମଙ୍ଗଳବାର ରମେଶ ସାହୁଙ୍କ ମୃତଦେହ ମିଳିବା ପରେ ଉଦ୍ଧାର ସଂଖ୍ୟା ୨ରେ ପହଁଚିଥିବା ବେଳେ ଏବେବି ରୋଡ ଗ୍ରାମର ଶୁସାନ୍ତ ସାହୁ ଓ ବିଜୟ ନାୟକ ନିଖୋଜ ଅଛନ୍ତି ।

LEAVE A REPLY

Please enter your comment!
Please enter your name here