ଦେଶ ପାଇଁ ଐତିହାସିକ ସଫଳତା । ଶେଷରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଚନ୍ଦ୍ରାୟନ -3 । ଭାରତର ଚନ୍ଦ୍ର ଅଭିଯାନ ସଫଳ ହୋଇଛି । ଚନ୍ଦ୍ର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଟିଂ କରିଛି । ଇସ୍ରୋ ବୈଜ୍ଞାନିକଙ୍କ ଏହି ସଫଳତାକୁ ଦକ୍ଷିଣ ଆଫ୍ରିକାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇବା ସବ ଏହା ଦେଶ ପାଇଂ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି । ଆଗକୁ ଭାରତର ଗଗନ ମିଶନ ସମଗ୍ର ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ସେ କହିଛନ୍ତି । 42 ଦିନ ତଳେ ଇସ୍ରୋ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରାୟନ-3 ପଠାଇଥିଲା । ନିକଟରେ ଋଷ ପଠାଇଥିବା ମିଶନ ମୁନ୍ ଫେଲ୍ ହେବା ପରେ ସମଗ୍ର ବିଶ୍ବ ଭାରତର ମୁନ୍ ମିଶନ ଉପରେ ନଜର ରଖିଥିଲା । ତେବେ ପୂର୍ବରୁ ଋଷ, ଆମେରିକା ଓ ଚୀନ୍ ଚନ୍ଦ୍ରପୃଷ୍ଠରେ ପହଞ୍ଚିପାରିଥିଲେ ହେଁ ଚନ୍ଦ୍ର ଦକ୍ଷିଣ ମେରୁରେ କେହି ପହଞ୍ଚି ପାରି ନ ଥିଲେ, ଯାହା ଭାରତୀୟ ବୈଜ୍ଞାନିକ ଆଜି କରି ଦେଖାଇ ଦେଇଛନ୍ତି ।

ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ପ୍ରଜ୍ଞାନ ରୋଭର ଅଲଗା ହୋଇଯିବ ଏବଂ ପ୍ରଜ୍ଞାନ ରୋଭର ଲ୍ୟାଣ୍ଡର ଠାରୁ ମୁକ୍ତ ହେବା ପରେ ଚନ୍ଦ୍ରପୃଷ୍ଠରେ ଗତି କରିପାରିବ । ଚନ୍ଦ୍ରପୃଷ୍ଠର ଚିତ୍ର ଓ ତଥ୍ୟ ପ୍ରଜ୍ଞାନର ରୋଭର୍ ବିକ୍ରମ ଲ୍ୟାଣ୍ଡର ଜରିଆରେ ଇସ୍ରୋ ନିକଟରେ ପହଞ୍ଚିବ ।

ଭାରତର ଏହି ଚନ୍ଦ୍ରାୟନ-3 ମିଶନରେ 615 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗତ ଚାରିବର୍ଷ ଧରି ଇସ୍ରୋ ବୈଜ୍ଞାନିକମାନେ ଏଥିପାଇଁ ଗବେଷଣା ଲାଗି ରହିଥିଲେ ।

LEAVE A REPLY

Please enter your comment!
Please enter your name here