କଣ ରହିବ ସେପ୍ଟେମ୍ବରର କରୋନା ଗାଇଡଲାଇନ୍ । ଆଜି ଏନେଇ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ନୂଆ କଟକଣାରେ ସରକାର କଣ କୋହଳ କରିବେ ଏବଂ କଣ କଟକଣା ବଳବତ୍ତର ରଖିବେ ତା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇବା ସହିତ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି କମିଛି । ତେବେ ପିଲାଙ୍କ ସଙ୍କ୍ରମଣ ବଢିବା ଓ ଥାର୍ଡ ୱେଭ ଆସିବା ଆଶଙ୍କା ଥିବାରୁ ସରକାରଙ୍କ କଣ ନିଷ୍ପତ୍ତି ନେବେ ତା ଉପରେ ସମସ୍ତଙ୍କ ନଜର । ସେହିପରି ଆଗକୁ ପର୍ବ ପର୍ବାଣି ଆସୁଥିବାରୁ ସରକାର ଭାବି ଚିନ୍ତି ନିଷ୍ପତ୍ତି ନେବେ ବୋଲି କୁହାଯାଉଛି । କଟକ, ଭୁବନେଶ୍ୱର ,ଟ୍ୱିନ୍ ସିଟି ଏବଂ ପୁରୀରେ ସପ୍ତାହାନ୍ତ ସଟଡାଉନକୁ ପ୍ରତ୍ୟାହାର କରାଯାଇପାରେ । ସେହିପରି ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବା ନିଷ୍ପତ୍ତିକୁ ପରିବର୍ତ୍ତନ କରି ଏହାକୁ ରାତି ୯ଟା କିମ୍ବା ୧୦ ଟା ଯାଏଁ ବଢାଯିବାର ସମ୍ଭାବନା ରହିଛି । ତେବେ ଧାର୍ମିକ , ରାଜନୈତିକ ଏବଂ ସାମାଜିକ ସମାବେଶ ଉପରେ ପୂର୍ବଭଳି କଟକଣା ରହିବ ବୋଲି ଅନୁମାନ କରାଯାଉଛି । ସେହିପରି ପ୍ରଦର୍ଶନୀ, ବାଣିଜ୍ୟମେଳା, ମହୋତ୍ସବ ଆୟୋଜନ ହୋଇପାରିବ ନାହିଁ । ତେବେ ବିବାହରେ ୨୫ , ବ୍ରତଘର, ଶୁଦ୍ଧିକ୍ରୀୟାରେ ୨୦ ଲୋକଙ୍କୁ ଅନୁମତି ଥିବାବେଳେ ଏହି ନିୟମରେ କିଛି ପରିବର୍ତ୍ତନ ହେବାର ଆଶଙ୍କା ରହିଛି । ରାଜ୍ୟରେ କରୋନା ସଙ୍କ୍ରମଣ କମୁଥିବାବେଳେ ଟେଷ୍ଟ୍ ପଜିଟିଭିଟି ରେଟ୍ ୧ରୁ ୨ ପ୍ରତିଶତ ଭିତରେ ରହୁଛି ।

LEAVE A REPLY

Please enter your comment!
Please enter your name here