ଶ୍ରୀମନ୍ଦିର ସଂସ୍କାର ଦାୟିତ୍ୱରେ ଥିବା ଆମିକସ୍‌ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଆଗାମୀ ଶୁଣାଣୀ ପୂର୍ବରୁ ନୂତନ ଆମିକସ୍‌ କ୍ୟୁରୀ ନିଯୁକ୍ତ କରାଯିବ ବୋଲି ଶୁକ୍ରବାର ଶ୍ରୀମନ୍ଦିର ସଂପର୍କିତ ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ବର୍ଷ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ହେବ ବୋଲି ସୂଚନା ମିଳିଛି । ଶ୍ରୀମନ୍ଦିର ସଂସ୍କାର ନେଇ ଶୁକ୍ରବାର ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଶୁଣାଣୀ କରିଛନ୍ତି ।
ତେବେ ନିଜର କେତେକ ବ୍ୟକ୍ତିଗତ କାରଣ ପାଇଁ ଶ୍ରୀ ସୁବ୍ରମଣ୍ୟମ୍ ଏହି ମାମଲାରେ ଆମିକସ୍ କ୍ୟୁରି ଭାବେ ଆଉ କାର୍ଯ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରେଜିଷ୍ଟ୍ରି ନିକଟକୁ ଗତ ୨୫ ତାରିଖରେ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here