ଓଡିଶାକୁ ଆସିବ ଜାପାନ ନିବେଶ । ୭ଦିନିଆ ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସେ ଜାପାନରେ ଆୟୋଜିତ ଓଡିଶା ବିଜିନେସ ମିଟ୍‌କୁ ସମ୍ବୋର୍ଧିତ କରିବେ । ୧୦ ତାରିଖ ଯାଏଁ ସେଠାରେ ରହି ଏକାଧିକ ପୁଞ୍ଜିପତିଙ୍କୁ ଭେଟି ଓଡିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବେ । ଇସ୍ପାତ, ଫୁଡ ପ୍ରୋସେସିଂ , ପେଟ୍ରୋ କେମିକାଲ୍ସ ଟେକ୍ସଟାଇଲ କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନା ରହିଛି । ମେକ ଇନ୍ ଓଡିଶା ଭଳି ରୋଡ ଶୋ କରାଯିବ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଟୋକିଓ‌ରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗଦେବା ସହ କ୍ୟୋଟୋ ଓ ଓସାକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଶିଳ୍ପମନ୍ତ୍ରୀ, ମୁଖ୍ୟ ସଚିବ, ଶିଳ୍ପ ସଚିବ, IT ସଚିବ, IPICOL ଏମ୍ ଡି ଏହି ଗସ୍ତରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ସ୍ୱତନ୍ତ୍ର ସଚିବ ମଧ୍ୟ ସାଙ୍ଗରେ ଜାପାନ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ଅବସରରେ IT, ଶିଳ୍ପ, ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ର ପାଇଁ ନିବେଶକାରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here