ରାସ୍ତାରେ ବୁଲୁଥିବା ବୁଲା କୁକୁର କେତେ ଯେ ବିପଦଜନକ । ତାହା ଆପଣ ଏ ଭିଡିଓ ଦେଖିଲେ ନିଶ୍ଚିତ ଅନୁମାନ କରିପାରିବେ । ବ୍ରହ୍ମପୁର ସହରର ଗାନ୍ଧୀ ନଗର ସପ୍ତମ ସାହୀର ଦୃଶ୍ୟ । ଏକ ସ୍କୁଟିରେ ଦୁଇ ଜଣ ମହିଳାଙ୍କ ସମେତ ଜଣେ ଶିଶୁ ଯାଉଥିବାବେଳେ ରାସ୍ତା ଉପରେ କିଭଳି କୁକୁରମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ପଛରୁ ଗୋଡାଉଥିବା କିିଛି କୁକୁରଙ୍କୁ ଦେଖି ମହିଳା ଜଣଙ୍କ ଅଧିକ ବେଗରେ ଗାଡି ଚଳାଇବା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଛନ୍ତି । ଭିଡିଓରୁ ଯାହା ଜଣାପଡୁଛି ସ୍କୁଲରୁ ଶିଶୁକୁ ନେଇ ଘରକୁ ଫେରୁଥିବା ସମୟରେ ଏ ଦୁର୍ଘଟଣା ଘଟିଛି । କୁକୁରଙ୍କଠାରୁ ବର୍ତ୍ତିବା ପାଇଁ ରାସ୍ତା କଡରେ ଥୁଆ ହୋଇଥିବା ଏକ କାର ସହ ସ୍କୁଟିକୁ ବାଡେଇଦେଇଛନ୍ତି ମହିଳା ଜଣଙ୍କ ।

LEAVE A REPLY

Please enter your comment!
Please enter your name here