ଉଜ୍ଜୟିନୀ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତର ବାପା କହିଛନ୍ତି, ମୋ ପୁଅ ଅକ୍ଷମଣୀୟ ଅପରାଧ କରିଛି । ତାକୁ ଫାଶୀ ଦିଆଯାଉ । ସେ ତାକୁ ଦେଖିବାକୁ ଯାଉନାହାଁନ୍ତି କି ତାକୁ କୌଣସି ଆଇନଗତ ସହାୟତା ଦେବେ ନାହିଁ ବୋଲି କହିଛନ୍ତି । ଉଜ୍ଜୟିନୀରେ ଜଣେ ବାରବର୍ଷର ନାବାଳିକା ଦୁଷ୍କର୍ମର ଶୀକାର ହେବା ଏବଂ ଦୁଷ୍କର୍ମ ପରେ ଲୋକଙ୍କୁ ସହାୟତା ମାଗିବାର ଭିଡିଓ ଭାଇରାଲ ହେବା ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାରେ ପୋଲିସ ଚାରିଜଣଙ୍କୁ ଧରି ଆଣିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜଣେ ଅଟୋ ଚାଳକକୁ ଗିରଫ କରିଛି । ପୋଲିସ ପଚାରାଉଚରା ପାଇଁ ଅଟୋ ଚାଳକକୁ ଧରି ଆଣୁଥିବା ବେଳେ ସେ ଖସିଯିବାକୁ ଉଦ୍ୟମ କରିଥିଲା । ତେବେ ଅଟୋ ଚାଳକ ଗିରଫ ପରେ ଅଭିଯୁକ୍ତର ବାପା ତାଙ୍କ ପୁଅକୁ ଫାଶୀ ଦିଆଯାଉ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହି ଲଜ୍ଜାଜନକ ଘଟଣାରେ ଅଭିଯୁକ୍ତ ସପକ୍ଷରେ କୌଣସି ଓକିଲ ନ ଲଢିବାକୁ ଉଜ୍ଜୟିନୀ ବାର୍ ଆସୋସିଏସନ ସଭାପତି ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here