ଜାପାନରେ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଅଚାନକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଜୁଲାଇରେ ଅନୁଷ୍ଠୀତ ସଂସଦୀୟ ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରିବା ପାର୍ଟି ମଧ୍ୟରେ ବଢୁଥିବା ଦାବି ପରେ ରବିବାର ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଶିଗେରୁ । ଶିଗେରୁ ଇଶିବା ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିଥିଲେ । ମାତ୍ର ଗତ ଏକ ମାସରେ ଦକ୍ଷିଣପନ୍ଥୀ ଗୋଷ୍ଠୀ ତାଙ୍କୁ ଇସ୍ତଫା ଦେବାକୁ ଚାପ ପକାଇ ଚାଲିଥିଲେ । ହେଲେ ସେ ଏହି ଦାବିକୁ ବିରୋଧ କରି ଆସିଥିଲେ । ଇଶିବାଙ୍କ ଏହି ପଦକ୍ଷେପ ଏମିତି ସମୟରେ ନେଇଛନ୍ତି ଯେତେବେଳେ ତାଙ୍କର ଲିବେରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି) ସୋମବାର ଏହା ସ୍ଥିର କରିବାକୁ ଯାଉଛି ଯେ, ପାର୍ଟି ଭିତରେ ଶୀଘ୍ର ନେତୃତ୍ୱ ନିର୍ବାଚନ କରାଯିବ ।
ଇସ୍ତଫା ଦେବା ପଛର ପ୍ରକୃତ କାରଣ ହେଉଛି,ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ଗୋଟିଏ ବର୍ଷ ନ ହେଉଣୁ ଇଶିବା ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି । ପ୍ରକୃତରେ ଗତ ଜୁଲ୍ଲାଇରେ ସଂସଦୀୟ ନିର୍ବାଚନରେ ତାଙ୍କ ପାର୍ଟି ଶୋଚନୀୟ ପରାଜୟ ଭୋଗିଥିଲା । ୨୪୮ ଆସନ ବିଶିଷ୍ଟ ଉଚ୍ଚ ସଦନରେ ଦଳକୁ ବହୁମତ ନ ମିଳିବାରୁ ସରକାରର ସ୍ଥିରତା ଉପରେ ପ୍ରଶ୍ନ ଉଠିଛି । ଏହି ପରାଜୟ ପରେ ଇଶିବା ପାର୍ଟି ନେତାଙ୍କ ଟାର୍ଗେଟକୁ ଆସିଥିଲେ । ଆଉ ଏ ପର୍ଯ୍ୟନ୍ତ ସେ ଇସ୍ତଫା ଚାପକୁ ସମ୍ମୁଖୀନ ହୋଇ ଆସୁଥିଲେ । ଆଉ ଶେଷରେ ସେ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here