ଆଜିଠୁ ଶିରିଡି ବନ୍ଦ । ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ ଥିବା ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟର ଦୃଢ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିରିଡିରେ ବନ୍ଦ ଡାକରା ଦେଇଛି ସାଇ ବାବା ସଂସ୍ଥାନ ଟ୍ରଷ୍ଟ । ଆଜିଠୁ ଦୋକାନ ବଜାର , ବ୍ୟବସାୟୀକ ପ୍ରତିଷ୍ଠାନ, ହୋଟେଲ ଓ ଆଶ୍ରମ ବନ୍ଦ ରହିବ । ଫଳରେ ପ୍ରତିଦିନ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବହୁ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ମନ୍ଦିର ଖୋଲାରହିବ ବୋଲି ସାଇ ବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଟ୍ରଷ୍ଟର ସିଇଓଙ୍କ କହିବାନୁସାରେ, ମନ୍ଦିର ସମ୍ପୂର୍ଣ୍ଣ ଭାବେ ଖୋଲା ରହିବ । ମନ୍ଦିର ସହିତ ଜଡିତ ସବୁ ଅନୁଷ୍ଠାନ ଯେପରିକି, ସାଇ ପ୍ରସାଦଳାୟ, ସାଇ ହସ୍ପିଟାଲ , ସାଇ ଭକ୍ତ ନିବାସ ଖୋଲା ରହିବ । ସେହିଭଳି ରାଜ୍ୟ ପରିବହନ ନିଗମର ସବୁ ବସ୍ ଚଳାଚଳ କରିବ । କିନ୍ତୁ ଘରୋଇ ବସ୍ ଏବଂ ଅନ୍ୟ ଘରୋଇ ଯାନବାହନ ଚଳାଚଳ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପାଥେରିକୁ ସାଇ ବାବାଙ୍କ ଜନ୍ମସ୍ଥାନ କହିବା ପରେ ଏହି ବିବାଦ ତେଜିଛି । ଶିରିଡି ଗ୍ରାମବାସୀଙ୍କ ଦାବି, ନିଜ ଜନ୍ମ ସ୍ଥାନ ନେଇ କୌଣସି ସ୍ଥାନରେ ସାଇ ବାବା କିଛି ବି ସୂଚନା ଦେଇନାହାଁନ୍ତି । ତେଣୁ ପାଥେରୀକୁ ଜନ୍ମସ୍ଥାନ ଘୋଷଣା ନିଷ୍ପତ୍ତିରୁ ସରକାର ନ ଓହରିବା ପର୍ଯ୍ୟନ୍ତ ଶିରିଡି ବନ୍ଦ ରହିବ ବୋଲି କହିଛି ଟ୍ରଷ୍ଟ ।

LEAVE A REPLY

Please enter your comment!
Please enter your name here