ଜାମ୍ମୁ କାଶ୍ମୀରର 4ଟି ଜିଲ୍ଲାର 10ଟି ଭିନ୍ନ ଭିନ୍ନ ସ୍ଥାନରେ CIKର ସର୍ଚ୍ଚ ଅପରେସନ ଜାରି ରହିଛି । ଜମ୍ମୁ-କାଶ୍ମୀର ପୋଲିସର ଗୁଇନ୍ଦା ବିଭାଗର କାଉଣ୍ଟର ଇଣ୍ଟେଲିଜେନ୍ସ ଟିମ୍ ପକ୍ଷରୁ ଏହି ସର୍ଚ୍ଚ ଅପରେସନ ଚଳାଯାଉଛି। ଆଜି ସକାଳୁ 4ଟି ଜିଲ୍ଲା ଗାନ୍ଦରବଲ, ପୁଲୱାମା, ଶ୍ରୀନଗର, ବଡ଼ଗାମର 10ଟି ସ୍ଥାନରେ ତଲାସୀ ଅଭିଯାନ କରାଯାଉଛି । ଟେରର ମଡ୍ୟୁଲ୍ ଏବଂ ସ୍ଲିପର ଲିଙ୍କ ବାବଦରେ ଏହି ତଦନ୍ତ କରାଯାଉଛି ।

POKରୁ ଅପରେଟ କରୁଥିବା ଜୈସ୍ ଏ ମହମ୍ମଦର ଜଣେ କମାଣ୍ଡର ଅବଦୁଲ୍ଲା ଗାଜିର କେତେ ଜଣ ସ୍ଲିପର ସେଲ୍ ଗିରଫ ହୋଇଥିଲେ। ସେମାନଙ୍କୁ ଜେରାରେ ମିଳିଥିବା ନୂଆ ତଥ୍ୟ ଆଧାରରେ ଏହି ସର୍ଚ୍ଚ ଅପରେସନ କରାଯାଉଛି। କେତେକ ସ୍ଥାନରୁ ହାର୍ଡଡିସ୍କ, ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜବତ ହୋଇଥିବା ସୂଚନା ମିଳିଛି। ଜମ୍ମୁ-କାଶ୍ମୀରରେ ଆତଙ୍କୀ ନେଟୱର୍କ ଧ୍ବଂସ କରିବାକୁ ଲଗାତାର କାର୍ଯ୍ୟାନୁଷ୍ଠାନ କରୁଛନ୍ତି ସୁରକ୍ଷା ବାହିନୀ। ସେହି କ୍ରମରେ ଜମ୍ମୁ କାଶ୍ମୀର ପୋଲିସ ଗୁଇନ୍ଦା ବିଭାଗର ଏକ ୱିଙ୍ଗ CIK ପକ୍ଷରୁ ଆଜି ଏହି ଚଢ଼ାଉ ଅଭିଯାନ କରାଯାଉଛି।

LEAVE A REPLY

Please enter your comment!
Please enter your name here