ଇଲେକ୍ଟୋରାଲ ବଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ସମସ୍ତ ରାଜନୈତିକ ଦଳ କେଉଁଠାରୁ ଚାନ୍ଦା ଆଣୁଛନ୍ତି ତାହା କହିବା ପାଇଁ ବାଧ୍ୟ ବୋଲି କୋର୍ଟ କହିଛନ୍ତି । କୋର୍ଟ ସମସ୍ତ ରାଜନୈତିକ ଦଳକୁ ମାର୍ଚ୍ଚ ୧୫ ମଧ୍ୟରେ ମିଳିଥିବା ଇଲେକ୍ଟୋରାଲ ବଣ୍ଡର ତଥ୍ୟ ମେ ୩୦ ମଧ୍ୟରେ ବନ୍ଦ ଲଫାପାରେ ପ୍ରଦାନ କରିବା ପାଇଁ କହିଛନ୍ତି । ନିର୍ବାଚନୀ ବଣ୍ଡ୍ ଯୋଜନା ଇଲେକ୍ଟୋରାଲ ବଣ୍ଡ୍ ସ୍କିମ ନାମରେ ପରିଚିତ । ଏହି ବଣ୍ଡ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କିଛି ବଛାବଛା ଶାଖାରେ ମିଳିବ । ଯେଉଁ ୨୯ଟି ଶାଖାରୁ ଏହି ବଣ୍ଡ କିଣାଯିବ, ସେହି ସହର ମଧ୍ୟରେ ନୂଆଦିଲ୍ଲୀ, ଗାନ୍ଧିନଗର, ଚଣ୍ଡିଗଡ, ବାଙ୍ଗାଲୋର, ଭୋପାଳ, ମୁମ୍ବାଇ, ଜୟପୁର, ଚେନ୍ନାଇ ଆଦି ସାମିଲ ରହିଛନ୍ତି । ଏହି ବଣ୍ଡ ଏକ ହଜାର, ଦଶ ହଜାର, ଏକ ଲକ୍ଷ ଏବଂ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ମିଳିଥାଏ ।

LEAVE A REPLY

Please enter your comment!
Please enter your name here