ବିଦାୟ ନେଲେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓତ । ନୂଆଦିଲ୍ଲୀରେ ଆଜି ଏହି ବୀର ସହିଦଙ୍କର ରାଷ୍ଟ୍ରୀୟ ମର୍ଯ୍ୟଦା ସହକାରେ ଅନ୍ତିମ ସଂସ୍କାର କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ କ୍ୟାଣ୍ଟନମେଣ୍ଟ ପର୍ଯ୍ୟନ୍ତ ସୁସଜ୍ଜିତ ଶୋଭାଯାତ୍ରାରେ ଅଣାଯାଇଥିଲା । ତିନି ବାହିନୀର ସେନା ପକ୍ଷରୁ ତାଙ୍କୁ ଏସକର୍ଟ କରାଯାଇ ଅନ୍ତିମସଂସ୍କାର ସ୍ଥଳକୁ ଅଣାଯିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ତିନି ବାହିନୀ ମୁଖ୍ୟ, ବରିଷ୍ଠ ପଦାଧିକାରୀ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ହିନ୍ଦୁ ରୀତି ନୀତି ଅନୁସାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଗୋଟିଏ ଜୁଇରେ ଜେନେରାଲ ବିପିନ ରାଓତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । 17 ତୋପ ସଲାମୀ ସହ ଦୁଇ ଝିଅ ବାପା-ମାଙ୍କ ଚିତାରେ ମୁଖାଗ୍ନି ଦେଇଥିଲେ ।