ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 39କୁ ବୃଦ୍ଧି I ଆଜି ଗୋଟିଏ ଦିନରେ 18 ପଜିଟିଭ୍ ବାହାରିଥିବା ବେଳେ ସମସ୍ତେ ଭୁବନେଶ୍ବର ଅଞ୍ଚଳର I ସେମାନଙ୍କ ମଧ୍ୟରୁ କେବଳ 16 ଜଣ ବମିଖାଲ ଅଂଚଳର I ପୂର୍ବରୁ ବମିଖାଲ ଅଞ୍ଚଳରେ ଗୋଟିଏ ପରିବାରର ତିନିଭାଇ ଚିହ୍ନଟ ହୋଇଥିବା ବେଳେ ଆଜି ସକାଳେ ଜଣଙ୍କୁ ଚିହ୍ନଟ କରାଯାଇଥିଲା I ବମିଖାଲ ଅଞ୍ଚଳକୁ ସିଲ୍ କରି ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ ହୋଇଛି I ତେବେ ଲକ୍ ଡାଉନ୍ ସମୟରେ ସାମାଜିକ ଦୂରତ୍ବ ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି I ମୁଖ୍ୟମନ୍ତ୍ରୀଙ୍କ ଅଫିସ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି I ଘରୁ ନବାହାରି କରୋନା ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପରାମର୍ଶ ଦେଇଛି I ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି I ଅନ୍ୟପକ୍ଷରେ ଲକ୍ ଡାଉନ ନିୟମକୁ କଡାକଡି ପାଳନ କରିବାକୁ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି I

LEAVE A REPLY

Please enter your comment!
Please enter your name here