ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ । ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ଜାମିନ ମଂଜୁର କରିଛନ୍ତି । ତେବେ ଏଥିପାଇଁ 10 ଲକ୍ଷ ଜରିମାନା ଓ 1 ଲକ୍ଷ ଟଙ୍କାର ବଣ୍ଡ୍ ବଦଳରେ ଜାମିନ ଦେବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । କୋଟି କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ସଂପର୍କିତ କେତେଗୁଡିଏ ମାମଲାରେ ଲାଲୁଙ୍କୁ ଜାମିନ ମିଳିଥିଲେ ହେଁ ଆଉ କେତୋଟି ମାମଲା ପାଇଁ ଲାଲୁଙ୍କୁ ଜେଲରେ ରହିବାକୁ ପଡିଥିଲା । ତେବେ ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କ ସ୍ବାସ୍ଥ୍ୟଗତ କାରଣ ପାଇଁ ଜାମିନ ମଂଜୁର କରିଥିବାରୁ ଲାଲୁ ଖୁବଶୀଘ୍ର ଜେଲରୁ ମୁକୁଳିବେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here