ଭାରତରେ ଉଚ୍ଛସିତ ସମ୍ବର୍ଦ୍ଧନା ମତେ ଏମିତି ଅଭିଭୂତ କରିଦେଲା ଯେ, ମତେ ସଚ୍ଚିନ ତେନ୍ଦୁଲକର ଓ ଅମିତାଭ୍ ବଚ୍ଚନ ଭଳି ଲାଗିଲା । ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ଜନସନ କହିଛନ୍ତି, ପ୍ରଥମ ଦିନ ଗୁଜରାଟରେ ଯେପରି ତାଙ୍କୁ ସ୍ବାଗତ କରାଗଲା, ସେ କେବେ କେଉଁଠି ଦେଖିନାହାଁନ୍ତି । ମତେ ଲାଗିଲା ମୁଁ ସଚ୍ଚିନ ତେନ୍ଦୁଲକର । ସେହିପରି ସହର ସାରା ବଡ ବଡ ହୋର୍ଡିଂରେ ମୋ ଫଟୋ ଦେଖି ମତେ ଲାଗିଲା ମୁଁ ଅମିତାଭ୍ ବଚ୍ଚନ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ଖାସ୍ ବନ୍ଧୁ ବୋଲି କହିଛନ୍ତି ଜନସନ୍ । ପ୍ରତିରକ୍ଷା ଓ ଅର୍ଥନୈତିକ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ ଦିଗରେ ଦୁଇଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here