ବିବାହ ଭୋଜି ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ୧୫୦ରୁ ଅଧିକ ଲୋକ । ଏମିତି ଅଭାବନୀୟ ଘଟଣା ଘଟିଛି ଜଳେଶ୍ୱରର ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ । ବିବାହ ଭୋଜି ବିଷାକ୍ତ କାରଣରୁ ଝାଡ଼ାବାନ୍ତି ହୋଇଥିବା ସୂଚନା ମିଳିଛି । ବିଷାକ୍ତ ଖାଦ୍ୟ ଖାଇ ବର-କନିଆଁଙ୍କ ସମେତ ୧୫୦ରୁ ଅଧିକ ଅସୁସ୍ଥ ହେବା ସହ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଏଭଳି ଖବର ପାଇ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ରାଣୀବସାଣ ଗାଁରେ ପହଞ୍ଚିଥିବା ମଧ୍ୟ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here