ବାତ୍ୟା ପରେ ପରିବା ବଜାରରେ ନିଆଁ । ପରିବା ଭିତରେ ଆଳୁକୁ ଛାଡି ଦେଲେ ସବୁ ପରିବା ଦର ଆକାଶ ଛୁଆଁ । ଯେଉଁ ପରିବାରେ ହାତ ମାରିବେ ସବୁ ଚଢା ଦର । ଗୋଟିଏ ଦୁଇଟି ପରିବା ଦର ୮୦ ଟପି ଗଲାଣି । ବିନ୍ କିଲୋ ୮୦ ଟଙ୍କା, ଝୁଡଙ୍ଗ ୭୦ ଟଙ୍କା, ବିଲାତି ୫୦ ଟଙ୍କା, କାଙ୍କଣ ୬୦ ଟଙ୍କା , ବନ୍ଧା କୋବି କିଲୋ ୪୦ ଟଙ୍କା, ଫୁଲ କୋବି ଗୋଟା ୫୦ ଟଙ୍କା , ଛୁଇଁ ୧୦୦ ଟଙ୍କା , କୁନ୍ଦୁରି ୩୦ ଟଙ୍କା, ଜହ୍ନି ୪୦ ଟଙ୍କା, ସିମଲା ଲଙ୍କା ୬୦ ଟଙ୍କା, କଲରା ୫୦, ଅମୃତ ଭଣ୍ଡା ୩୦ ଟଙ୍କା , କାକୁଡି ୪୦ ଏବଂ ବାଇଗଣ ୫୦ ଟଙ୍କା ରହିଛି । ବାତ୍ୟା ଫନି ପରେ ପରିବା ଦର ହୁ ହୁ ହୋଇ ବଢୁଛି । ଏହି ସମୟରେ ପିପିଲି, ବାଲିପାଟଣା, ବାରଙ୍ଗ,ବାଙ୍କି , ଆଠଗଡ ପ୍ରଭୃତି ଅଞ୍ଚଳରୁୂ ପନି ପରିବା ଆସିଥାଏ । କିନ୍ତୁ ବାତ୍ୟା ଫନି ପରିବା ଚାଷକୁ ଉଜାଡି ଦେଇଛି । ତେଣୁ ପରିବା ଦର ଆକାଶ ଛୁଆଁ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here