ଝାରସୁଗୁଡାରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ବିଜୟ । ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦିପାଳୀ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ 48 ହଜାର 619 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ଦିପାଳୀ । ଦିପାଳୀଙ୍କୁ 1 ଲକ୍ଷ 7 ହଜାର 3 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ 58 ହଜାର 384 ଖଣ୍ଡ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର 4 ହଜାର 473 ଖଣ୍ଡ ଭୋଟ ମିଳିଛି ।
ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଝାରସୁଗୁଡାରେ ଉପନିର୍ବାଚନ ହୋଇଥିଲା । ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନଥିବା ବେଳେ ବିରୋଧୀ ଏହାକୁ ଏକ ବଡ ପ୍ରସଙ୍ଗ କରିଥିଲେ । ଏହାସତ୍ତ୍ବେ ବି ଝାରସୁଗୁଡାରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି । ଏପରିକି 2019ରେ ବାପା ନବ ଦାସଙ୍କ ଠାରୁ ଝିଅ ଦିପାଳୀଙ୍କ ବିଜୟ ବ୍ୟବଧାନ ବହୁତ ଅଧିକ ରହିଛି ।

LEAVE A REPLY

Please enter your comment!
Please enter your name here