ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ଆରୁଖ । ସେ କହିଛନ୍ତି ଯେ, ଉପବାଚସ୍ପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛି । ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ମୁଁ ନିର୍ବାହ କରିଛି । ଭବିଷ୍ୟତରେ ଯାହା ଦାୟିତ୍ୱ ମିଳିବ, ତାକୁ ନିର୍ବାହ କରିବି । ଦଳରେ ବା ସରକାରରେ ଯେଉଁ ଦାୟିତ୍ୱ ମିଳିବ, ତୁଲାଇବି ବୋଲି ଆରୁଖ କହିଛନ୍ତି ।
ବଦଳିବ ମନ୍ତ୍ରୀମଣ୍ଡଳ । ଆଜି ବାଚସ୍ପତି ବିକ୍ରମ ଆରୁଖଙ୍କ ସମେତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ମନ୍ତ୍ରୀମଣ୍ଡଳ ରୂପରେଖ ବଦଳିବା ନିଶ୍ଚିତ ହୋଇଛି । ପ୍ରଥମେ ବାଚସ୍ପତି ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସଂଗଠନ ପାଇଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ସମୀର ଦାସ । ସେହିପରି ନିକଟରେ ବିବାଦ ଘେରକୁ ଆସିଥିବା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି, ଆଗକୁ ନିର୍ବାଚନ କମ୍ ଦିନ ଥିବାରୁ ସାଂଗଠନିକ କାର୍ଯ୍ୟ ପାଇଁ ସେ ଇସ୍ତଫା ଦେଇଛନ୍ତି ।
ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିବାଦୀୟ ଥିବାରୁ ତାଙ୍କୁ ବିଳମ୍ବରେ ହେଲେ ମଧ୍ୟ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ଇସ୍ତଫାର କାରଣ ଜଣାପଡିନାହିଁ ।
ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଥିଲେ ହେଁ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ବିଳମ୍ବ ହେବ ବୋଲି ଜଣାପଡିଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ 22 ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିବାରୁ ସେ ଫେରିଲା ପରେ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here