ଏବେ ଦେଶର କିଛି ରାଜ୍ୟରେ କରୋନା ସଙ୍କ୍ରମଣ ବଢିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, କରୋନା ବିପଦ ଏବେ ମଧ୍ୟ ଟଳି ନାହିଁ । ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ । ଲକ୍ ଡାଉନ୍ ଫେରୁ ବୋଲି ଆମେ କେହି ଚାହୁଁନାହୁଁ । ଏହାର ଏକମାତ୍ର ଉପାୟ ହେଲା ସତର୍କତା । ସତର୍କ ରହିଲେ ଲକ୍ ଡାଉନ ଭଳି ସ୍ଥିତି ସୃଷ୍ଟି ହେବନାହିଁ । ଏଥିପାଇଁ ବାହାରକୁ ଯିବାମାତ୍ରେ ଠିକ୍ ଭାବରେ ମାସ୍କ ପିନ୍ଧିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଏହା ସହିତ ସେ କହିଛନ୍ତି , କୋଭିଡ ଯୋଦ୍ଧାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବାନାହିଁ । ଏଥିପାଇଁ କରୋନା ନିୟମର କଡାକଡି ଭାବେ ପାଳନର ତଦାରଖ ପାଇଁ ପୋଲିସ ଏବଂ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ସତର୍କ ରହି ସମସ୍ତେ ମିଳିମିଶି ଜିରୋ ସଙ୍କ୍ରମଣ ଲକ୍ଷ୍ୟ ପୂରଣ କରି ପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here